ବୋଲର୍‌ଙ୍କ କ୍ଲାନ୍ତିକୁ ନେଇ କପିଳ ଦେବ ଦୁଃଖିତ

ନୂଆଦିଲ୍ଲୀ: ବର୍ତ୍ତମାନ ପିଢ଼ିର ଦ୍ରୁତ‌ ବୋଲରମା‌ନେ ମାତ୍ରାଧିକ ବୋଝ ଓ କ୍ଲାନ୍ତିକୁ ନେଇ ଅଭିଯୋଗ କରୁଥିବାରୁ କିଂବଦନ୍ତି ଦ୍ରୁତ ବୋଲର କପିଳ ଦେବ ସମାଲୋଚନା କରିଛନ୍ତି। ‘କ୍ରିକେଟ୍ ଏବେ ଅଧିକ ମୌଳିକ ହୋଇଯାଇଛି। ଜଣେ ବ୍ୟାଟିଂ କିମ୍ବା ବୋଲିଂ କରୁଛି। ଆମ ସମୟରେ ସବୁକିଛି କରିବାକୁ ପଡୁଥିଲା। ତେଣୁ କ୍ରିକେଟ୍ ବଦଳିଯାଇଛି। ବେଳେବେଳେ ମୋତେ ବେଶୀ ଦୁଃଖ ଲାଗୁଛି ଯେ ମାତ୍ର ୪ ଓଭର ବୋଲିଂ କରିବା ପରେ ବୋଲର କ୍ଲାନ୍ତ ହୋଇପଡୁଛି। ଏକଥା ମଧ୍ୟ ଶୁଣିଛି ୩/୪ ଓଭରରୁ ଅଧିକ ବୋଲିଂ ଦିଆଯାଉନି।’

ବୋଲି ୬୨ ବ‌ର୍ଷୀୟ କପିଳ ଦେବ ପ୍ରକାଶ କରିଛନ୍ତି। ଏକଦା ଟେଷ୍ଟ୍ କ୍ରିକେଟର ଅଗ୍ରଣୀ ବୋଲର ଥିବା କପିଳ ଦେବ କହିଛନ୍ତି ଅନ୍ୟୁନ ୧୦ ଓଭର ବୋଲିଂ କରିବା ପୂର୍ବରୁ କେହି ଅଟକିଯିବା ଉଚିତ୍ ନୁହେଁ। ଏପରିକି ୧୦ ନମ୍ବର ବ୍ୟାଟ୍ସମ୍ୟାନ୍‌କୁ ନିରଂତର ବୋଲିଂ କଲେ ତାଙ୍କ ମାଂସପେଶୀ ଦୃଢ଼ ହୋଇଥା‌ଏ‌ ବୋଲି ବିଶ୍ବାସ ଥିଲା। ଏହା ଭୁଲ ଥଲା କି ଠିକ୍‌ ଥିଲା ମୁଁ କହୁନାହିଁ। ଆମେ କିନ୍ତୁ ଅନ୍ୟୁନ ୧୦ ଓଭର ବୋଲିଂ କରୁଥିଲୁ ବୋଲି କପିଳ ପ୍ରକାଶ କରିଥିଲେ। କପିଳ ଦେବଙ୍କ କଥାରୁ ହାର୍ଦିକ ପାଣ୍ଡ୍ୟା କିଛି ଶିଖିଥିବେ ବୋଲି ଆଶା କରାଯାଇପାରିବ। କାରଣ ଫିଟନେସ୍‌ ରକ୍ଷା କରିପାରୁନଥିବାରୁ ହାର୍ଦିକ କେବଳ ବ୍ୟାଟିଂ କରୁଛନ୍ତି।

ସମ୍ବନ୍ଧିତ ଖବର