ନୂଆଦିଲ୍ଲୀ: ମହାନ ଅଲରାଉଣ୍ଡର ତଥା ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ସଂପୂର୍ଣ୍ଣ ସୁସ୍ଥ ଓ ସତେଜ ଅଛନ୍ତି। ନିଜେ କପିଳ ଏକ ୨୧ ସେକେଣ୍ଡର ଭିଡିଓ ପ୍ରକାଶ କରି ଏକଥା କହିଛନ୍ତି। ତା’ ସହ ଚଳିତ ମାସ ୧୧ ତାରିଖରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି କପିଳ। ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବା ପରେ କପିଳ ନିଜ ଘରେ ରହି ବିଶ୍ରାମ ନେଉଥିଲେ। ତେବେ ଏହି ୬୧ ବର୍ଷୀୟ କ୍ରିକେଟ୍ କିଂବଦନ୍ତି ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚର୍ଚା ସୋମବାର ସକାଳୁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇ ଯାଇଥିଲା। ଏପରିକି କିଛି ଦାୟିତ୍ବହୀନ ବ୍ୟକ୍ତି ତାଙ୍କର ପରଲୋକ ହୋଇଯାଇଛି ବୋଲି ଲେଖିଥିଲେ। ଯାହା ପରେ ଡାହା ମିଛ ଥିଲା ବୋଲି ପ୍ରମାଣିତ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଭୁଲ ଖବର ଦେଉଥିବା ଲୋକଙ୍କ ଉପରେ କପିଳ ବି କ୍ରୋଧ ପ୍ରକାଶ କରିଥିଲେ। ଏପରିକି ସଠିକ୍ ମ୍ୟାଚ୍ ଅଭ୍ୟାସ ପାଇଲେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆସନ୍ତାବର୍ଷର ଆଇପିଏଲ୍ରେ ନିଜ ଚମକ ଦେଖାଇ ପାଖାପାଖି ୫୦୦ ରନ୍ କରି ପାରିବେ ବୋଲି କପିଳ ଏକ ସାକ୍ଷାତକାର ଅବସରରେ କହିଥିଲେ। ତାଙ୍କର ଜଣେ ନିକଟତମ ବନ୍ଧୁ ସୋମବାର ସୃଷ୍ଟି ହୋଇଥିବା ଗୁଜବ ଉପରେ ମତ ପ୍ରକାଶ କରି କହିଛନ୍ତି ଯେ ଆମ ଚାରିପାଖରେ ନକାରାତ୍ମକ ଲୋକ ଭରି ରହିଛନ୍ତି। ସେମାନେ ମିଛ ଖବର ପ୍ରସାରଣ କରୁଛନ୍ତି। କପିଳ ଅପରାହ୍ନରେ ହିଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଗୁଜବ ପରେ କପିଳ ଆଜି ମଧ୍ୟ ଅନଲାଇନ୍ରେ କିଛି ସମୟ ବାର୍ତ୍ତାଳାପ କରିଥିଲେ।
ମୃତ୍ୟୁ ଗୁଜବକୁ କପିଳଙ୍କ ନିନ୍ଦା
/sambad/media/post_attachments/wp-content/uploads/2020/10/kapildev.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)