ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ଦେଇଥାଆନ୍ତି। ଏହି କ୍ରମରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କପିଲ ଦେବ ଭାରତୀୟ ଦଳର ଖେଳାଳିଙ୍କୁ କହିଛନ୍ତି,‘ ଯଦି ତୁମେ ଖେଳି ପାରିବ ନାହିଁ ତେବେ କଦଳୀ ଓ ଅଣ୍ଡା ବିକ୍ରି କରିବା ଉଚିତ୍ ।’ ୧୯୮୩ ମସିହାରେ କପିଲ ଦେବ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ସେହି ବର୍ଷ ଭାରତୀୟ କ୍ରିକେଟ ଦଳ ୱାର୍ଲଡ କପକୁ ନିଜ ନାମରେ କରିଥିଲେ।

Advertisment

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ କପିଲ ଦେବ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, " ଆଇପିଏଲ ଖେଳୁଛୁ, ତେଣୁ ବହୁତ ଚାପ ରହିଛି । ଚାପ ଶବ୍ଦ ଅତି ସାଧାରଣ । ତେଣୁ ମୁଁ କହୁଛି, କ୍ରିକେଟ୍ ଖେଳ ନାହିଁ । ଖେଳିବାକୁ କିଏ କହୁଛି? କ୍ରିକେଟରେ ଉଭୟ ଚାପ ଓ ପ୍ରତିଯୋଗିତା ରହିବ ।

ଆପଣଙ୍କୁ ପ୍ରଶଂସା ଓ ସମାଲୋଚନାର ଉଭୟ ମିଳିବ। ଯଦି ଆପଣ ସମାଲୋଚନାକୁ ଭୟ କରୁଛନ୍ତି ତେବେ ଖେଳନ୍ତୁ ନାହିଁ। କାମକୁ ମଜାର ସହିତ କରିବା ଆରମ୍ଭ କରିଦେବା ଭଲ ହେବ। ଯଦି କାମକୁ ଆପଣ ଚାପ ଅଛି ବୋଲି କହି‌ବେ ତେବେ କିଛି ହେବନାହିଁ। କାରଣ ଆପଣମାନେ ଦେଶ ପାଇଁ ଖେଳୁଛନ୍ତି। ଏଥିପାଇଁ ଗର୍ବ କରିବା ଉଚିତ। ଆପଣଙ୍କୁ ଯଦି କାମ କରିବାର ନାହିଁ କିଛି କଥା ନାହିଁ ଯାଇ କଦଳୀ ଦୋକାନ କର..ନହେଲେ ଅଣ୍ଡା ବିକ୍ରି କର।’