ଗଲ୍‌ଫ ଖେଳି କରୋନା ପାଇଁ ୪୬ ଲକ୍ଷ ପାଣ୍ଠି ସଂଗ୍ରହ କଲେ କପିଳ

ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି କ୍ରିକେଟର୍‌ କପିଳ ଦେବ ଯେ ଜଣେ ଦକ୍ଷ ଗଲ୍‌ଫର ଏକଥା ଅନେକଙ୍କୁ ଜଣାଥିବ। କ୍ରିକେଟ୍‌ରୁ ଦୂରେଇ ଯାଇଥିବା ଏହି ମହାନ୍‌ ଅଲ୍‌ରାଉଣ୍ଡର ତଥା ୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ ଗଲ୍‌ଫକୁ ଭଲ ପାଉଥିବାର ନଜିର ରହିଛି। ସେଥିପାଇଁ ଶନିବାର ଦିଲ୍ଲୀ ଗଲ୍‌ଫ କ୍ଲବ୍‌ (ଡିଜିସି)ରେ ଏକ ପ୍ରଦର୍ଶନୀ ଗଲ୍‌ଫ ମ୍ୟାଚ୍‌ ଖେଳି କପିଳ ସାଂପ୍ରତିକ କୋଭିଡ୍‌-୧୯ ମହାମାରୀରେ ପୀଡ଼ିତଙ୍କ ପାଇଁ ରିଲିଫ୍‌ ପାଣ୍ଠି ସଂଗ୍ରହ କରିଛନ୍ତି।

ଏଥିରେ କପିଳଙ୍କ ସହ ପୂର୍ବତନ ଗଲ୍‌ଫର ଶୁଭଙ୍କର ଶର୍ମା, ଗଗନଜିତ ଭୂଲାର ଓ କ୍ରିକେଟର୍‌ ମୂରଲୀ କାର୍ତ୍ତିକ ମଧ୍ୟ ସାମିଲ ଥିଲେ। ‘ଚାମ୍ପିଅନ୍‌ ଫର୍‌ ଏ କଜ୍‌-ଚାରିଟି ଗଲ୍‌ଫ ମ୍ୟାଚ୍‌’ ନାମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରୁ କରୋନା ରିଲିଫ୍‌ ପାଇଁ ୪୫ ଲକ୍ଷ ୬୨ ହଜାର ଟଙ୍କା ସଂଗୃହୀତ ହୋଇଥିଲା। ମ୍ୟାଚ୍‌ ୫-୫ ସ୍କୋର୍‌ରେ ଶେଷ ହୋଇଥିଲା। ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପାର୍‌ ୭୨ କୋର୍ସରୁ ଭୂଲାର ୭୦ ‌ସ୍କୋର୍‌ କରିଥିଲା ବେଳେ ତାଙ୍କ ସାଥୀ କପିଳ ୭୬ ସ୍କୋର୍‌ କରିଥିଲେ। ସେହିଭଳି ଶୁଭଙ୍କର ୭୩ ଓ ତାଙ୍କ ସାଥୀ କ‌ାର୍ତ୍ତିକ ୭୬ ସ୍କୋର୍‌ କରିଥିଲେ।

ସମ୍ବନ୍ଧିତ ଖବର