କିମ୍ବଦନ୍ତୀ କପିଳ ଦେବଙ୍କୁ ଗଲ୍‌ଫ ଟ୍ରଫି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବକପ୍‌ ବିଜେତା କିମ୍ବଦନ୍ତୀ କପିଳ ଦେବ ଗଲ୍‌ଫ କୋର୍ସରୁ ଆଉ ଏକ ମୁକୁଟ ହାତେଇଛନ୍ତି। ଏଭିଟି ଚାମ୍ପିଅନ୍ସ ଟୁର୍‌ ଅନ୍ତର୍ଗତ ପୁନେ ଚରଣରେ କପିଳ ଦେବ ୬୦-୬୪ ବୟସ ବର୍ଗରେ ବିଜେତା ହୋଇ ବରିଷ୍ଠ ବର୍ଗରେ ନିଜ ଚମକ ଛାଡ଼ିଛନ୍ତି। ଏହି ପ୍ରତିଯୋଗିତାରେ କିନ୍ତୁ ଦିଲ୍ଳୀର ବିଏସ୍‌ଏଫ ତାରକା ପୁଷ୍ପେନ୍ଦ୍ର ସିଂହ ରାଠୋର ବିଜେତା ଏବଂ ପୂର୍ବତନ ଅନ୍ତର୍ଜାତୀୟ ଡେଭିଡ୍ ଡି’ସୁଜା ଉପବିଜେତା ହାଇଛନ୍ତି। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ୧୦୦ରୁ ଅଧିକ ଗଲ୍‌ଫର ଭାଗ ନେଇଛନ୍ତି। ଦେଶର ୧୦ ସହରରେ ଏହା ଅନୁଷ୍ଠିତ ହେଉଛି। ଏଭିଟି ଚାମ୍ପିଅନ୍ସ ଟୁର୍‌ ହେଉଛି ବରିଷ୍ଠ ବର୍ଗ (୫୦ ବର୍ଷରୁ ଊର୍ଧ୍ବ)ଙ୍କ ମଧ୍ୟରେ ଦେଶର ଦ୍ବିତୀୟ ଜାତୀୟ ସ୍ତରର ପ୍ରତିଯୋଗିତା। ୬୫ ବର୍ଷରୁ ଊର୍ଧ୍ବ ବର୍ଗରେ ପୂର୍ବତନ ସର୍ବଭାରତୀୟ ବିଜେତା ଗଙ୍ଗେଶ ଖଇତାନ ଏବଂ ୫୫-୫୯ ବର୍ଗରେ ପୂର୍ବତନ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ତଥା ପ୍ରଥମ ଚରଣ ବିଜେତା ରିଷି ନାରାୟଣ ମଧ୍ୟ ଟ୍ରଫି ଜିତିଛନ୍ତି।

ସମ୍ବନ୍ଧିତ ଖବର