ପ୍ରଭାକରଙ୍କ ବେଳକୁ କପିଳ ଓହରିଲେ

ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଗୁରୁବାର ସାକ୍ଷାତକାର ନିଆଯାଇଥିଲା। ହେଲେ ମନୋଜ ପ୍ରଭାକରଙ୍କ ପାଳି ପଡ଼ିଲା ବେଳକୁ ତିନି ଜଣିଆ ସମିତିର ଅନ୍ୟତମ ସଦସ୍ୟ କପିଳ ଦେବ ଓହରି ଯାଇଥିଲେ। ପ୍ରଭାକର ସମିତି ନିକଟରେ ହାଜର ହେବା ପୂର୍ବରୁ କପିଳ ସେଠାରେ ରହିବାକୁ ଚାହିଁନଥିଲେ। ଏହାର କାରଣ ମଧ୍ୟ ସ୍ପଷ୍ଟ ଥିଲା। ପୂର୍ବରୁ କପିଳ ଓ ପ୍ରଭାକରଙ୍କ ମଧ୍ୟରେ ଫିକ୍ସିଂକୁ ନେଇ ବିବାଦ ରହିଥିଲା। ବିଶେଷକରି କପିଳଙ୍କ ବିରୋଧରେ ପ୍ରଭାକର ଫିକ୍ସିଂ ଅଭିଯୋଗ ଉଠାଇଥିଲେ। ହେଲେ ଏହି ୧୯୮୩ ବିଶ୍ବ ବିଜେତା ଦଳର ଅଧିନାୟକ କପିଳ ପରବର୍ତୀ ସମୟରେ ପ୍ରଭାକରଙ୍କ ଦ୍ବାରା କରାଯାଇଥିବା ସମସ୍ତ ଅଭିଯୋଗରୁ ଦୋଷମୁକ୍ତ ହୋଇଥିଲେ। ତେଣୁ ଆଉ ଅଧିକ କିଛି ଅଭିଯୋଗ ଉଠିବା ପୂର୍ବରୁ ପ୍ରଭାକରଙ୍କ ସାକ୍ଷାତକାର ବେଳେ ସେ ନରହିବା ପାଇଁ କପିଳ ବିସିସିଆଇକୁ ଜଣାଇ ଦେଇଥିଲେ। ଶେଷରେ ଅନ୍ୟ ଦୁଇ ସଦସ୍ୟ ଗାଏକ୍ବାଡ ଓ ରାଙ୍ଗାସ୍ବାମୀ ହିଁ ପ୍ରଭାକରଙ୍କ ସାକ୍ଷାତକାର ନେଇଥିଲେ।

ସମ୍ବନ୍ଧିତ ଖବର