କରନ୍‌ଙ୍କ କୀର୍ତ୍ତିମାନ: ୮ ନମ୍ବରରେ ସର୍ବାଧିକ ସ୍କୋର୍‌

ରବିବାର ମ୍ୟାଚ୍‌ରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ ୯୫ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଯାହାକି ୮ ନମ୍ବରରେ ବ୍ୟାଟିଂ କରି ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାର କୀର୍ତ୍ତିମାନ। ତାଙ୍କ ପୂର୍ବରୁ ଏହି ସ୍ଥାନରେ କେହି ବି ବ୍ୟାଟ୍‌ସମ୍ୟାନ୍‌ ୯୫ରୁ ଅଧିକ ରନ୍‌ କରିନଥିଲେ। କେବଳ କ୍ରିସ୍‌ ୱକ୍‌ସ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ସମାନ ଅପରାଜିତ ୯୫ ରନ୍‌ କରିଥିଲେ। ଫଳରେ କରନ୍‌ ଏବେ ୱକ୍‌ସଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ତେବେ କରନ ୮୩ ବଲ୍‌ରୁ ୯ ଚୌକା ଓ ୩ ଛକା ସହାୟତାରେ ୯୫* କରିଥିଲା ବେଳେ ୱକ୍ସ ୯୨ ବଲ୍‌ରୁ ୯୫* କରିଥିଲେ।

ସମ୍ବନ୍ଧିତ ଖବର