ଇଭାନ୍ସଭିଲ : ଭାରତୀୟ ଟେନିସ ଖେଳାଳି କର୍ମାନ କୌର ଥାଣ୍ଡି ଆମେରିକାର ଇଭାନ୍ସଭିଲ୍‌ରେ ଆୟୋଜିତ ଆଇଟିଏଫ୍‌ ମହିଳା ୬୦ ପ୍ରତିଯୋଗିତାରେ ଟ୍ରଫି ଜିତିଛନ୍ତି। ଏଥିସହ କର୍ମାନ ଆମେରିକାରେ ପ୍ରୋ ମୁକୁଟ ଜିତିବାରେ ପୂବର୍ତନ ଟେନିସ ତାରକା ସାନିଆ ମିର୍ଜାଙ୍କ ପରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ମହିଳା ଏକକ ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ କର୍ମାନ ୭-୫, ୪-୬, ୬-୧ ସେଟ୍‌ରେ ୟୁକ୍ରେନର ୟୁଲିଆ ଷ୍ଟାରୋଡୁବସେଭାଙ୍କୁ ପରାସ୍ତ କରି ୬୦,୦୦୦ ଡଲାର ପୁରସ୍କାର ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଜୟିନୀ ‌ହୋଇଥିଲେ। ସଂପ୍ରତି କର୍ମାନ ଡବ୍ଲୁଟିଏ ମାନ୍ୟତାରେ ୨୧୦ ଏବଂ ଭାରତରେ ଦ୍ବିତୀୟ ସ୍ଥା‌ନରେ ରହିଛନ୍ତି।