ଭୁବନେଶ୍ୱର: ପେସାରେ ଇଲେକ୍ଟ୍ରୋନିକ୍ସ ଇଂଜିନିୟର। ନିଶା କିନ୍ତୁ ବଡି ବିଲ୍ଡିଂ। ଏହି ନିଶା ଆଜି ତାଙ୍କୁ ରାଜ୍ୟ ବାହାରେ ମଧ୍ୟ ସଫଳତାର ଶିଖରରେ ପହଞ୍ଚାଇଛି। ବାଙ୍ଗାଲାରରେ ଇଂଜିନିୟର ଭାବେ କାର୍ଯ୍ୟରତ ଓଡ଼ିଆ ପୁଅ ଗୌତମଦେବ ମହାନ୍ତି ସେଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ‘ବାଙ୍ଗାଲୋର କୁମାର’ ଏବଂ ପରେ ‘କର୍ଣ୍ଣାଟକ କୁମାର’ ଆଖ୍ୟା ଅର୍ଜନ କରିଛନ୍ତି। ତା’ ସହ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଗ୍ରାମରେ ଜନ୍ମ ନେଇଥିବା ଗୌତମଦେବ ହେଉଛନ୍ତି ରାଜ୍ୟର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅଟଳ ବିହାରୀ ମହାନ୍ତିଙ୍କ ନାତି ଏବଂ ଗୌରୀଶଙ୍କର ମହାନ୍ତି ଓ ସୁଚେତା ମହାନ୍ତିଙ୍କ କନିଷ୍ଠ ପୁତ୍ର। ୨୦୦୫ ମସିହାରେ ଭୁବନେଶ୍ୱର ସ୍ଥିତ ସିଲିକନ ଇଞ୍ଜିନିୟରିଂ କଲେଜରୁ କୃତିତ୍ୱର ସହ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଗୌତମଦେବ ସଂପ୍ରତି ବାଙ୍ଗାଲୋରରେ ଚାକିରି କରୁଛନ୍ତି। ତେବେ ନିଜର ବୃତ୍ତିଗତ ଜୀବନରେ ସଫଳତା ସାଙ୍ଗକୁ ବଡି ବିଲ୍ଡିଂ କରିବାର ପ୍ରବୃତ୍ତି ତାଙ୍କୁ ଏଭଳି ସଫଳତା ଆଣିଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି।
ଓଡ଼ିଆ ପୁଅ ଗୌତମ କର୍ଣ୍ଣାଟକ କୁମାର
/sambad/media/post_attachments/wp-content/uploads/2018/01/goutamdev.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)