ଧର୍ମଶାଳା : ଚଳିତ ଦେଓଧର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ କର୍ଣ୍ଣାଟକ ଦଳ ସୋମବାର ରୋମାଞ୍ଚକ ଭାବେ ୬ ରନ୍‌ରେ ଶ୍ରେୟସ ଆୟରଙ୍କ ଇଣ୍ଡିଆ ‘ବି’କୁ ପରାସ୍ତ କରିଛି। ରବିକୁମାର ସମର୍ଥ (୧୧୭, ୧୧୫ ବଲ୍‌, ୧୩ ଚୌକା, ୧ ଛକା)ଙ୍କ ଶତକ ବଳରେ କର୍ଣ୍ଣାଟକ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୯୬ ରନ୍‌ କରିଥିଲା। ଜବାବରେ ମନୋଜ ତିଓ୍ଵାରୀଙ୍କ ଶତକ (୧୨୦, ୧୧୦ ବଲ୍‌, ୧୦ ଚୌକା, ୪ ଛକା) ସତ୍ତ୍ୱେ ଇଣ୍ଡିଆ ‘ବି’ ୨୯୦/୯ରେ ସୀମିତ ରହିଥିଲା। ସୂଚନାଯୋଗ୍ୟ, ରବିବାର ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆ ‘ବି’ ୮ ଓ୍ଵିକେଟ୍‌ରେ ଇଣ୍ଡିଆ ‘ଏ’କୁ ପରାସ୍ତ କରିଥିଲା। ହନୁମା ବିହାରୀ ୭୬ ବଲ୍‌ରୁ ୯୫* ରନ୍‌ କରି ଦଳକୁ ୧୦୦ ବଲ୍‌ ପୂର୍ବରୁ ଜିତାଇଥିଲେ।