କାତାର ଆୟୋଜନ କରିବ ୨୦୧୯, ୨୦୨୦ ଫିଫା କ୍ଲବ୍‌ ବିଶ୍ବକପ୍‌

ପ୍ୟାରିସ୍‌: ଫିଫା କ୍ଲବ୍‌ ବିଶ୍ବକପ୍‌ର ଆଗାମୀ ୨୦୧୯ ଓ ୨୦୨୦ ସଂସ୍କରଣକୁ କାତାର ଆୟୋଜନ କରିବ। ଏହା ଦ୍ବାରା ୨୦୨୨ ଫିଫା ବିଶ୍ବକପ୍‌ ଆୟୋଜନ ପାଇଁ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ଫିଫା କହିଛି। ଫଳରେ ଆୟୋଜକ ଦେଶ ଭାବେ କାତାର ମଧ୍ୟ ୨୦୧୯ ଓ ୨୦୨୦ ଫିଫା କ୍ଲବ୍‌ ବିଶ୍ବକପ୍‌ ଖେଳିବାର ଅଧିକାର ପାଇଛି। ପ୍ୟାରିସ୍‌ରେ ଫିଫା କାଉନ୍‌ସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ କାତାରର ଆୟୋଜନ କରିବାକୁ ଥିବା କ୍ଲବ୍‌ ବିଶ୍ବକପ୍‌ ଫର୍ମାଟ୍‌ ପୂର୍ବପରି ୭ ଦଳୀୟ ରହିବ। ହେଲେ ୨୦୨୧ ସଂସ୍କରଣରୁ ଏହି ପ୍ରତିଯୋଗିତା ୨୪ ଦଳୀୟ ହେବ ବୋଲି ଫିଫା ଅନୁମୋଦନ ଦେଇଛି।

ସମ୍ବନ୍ଧିତ ଖବର