ପୋଲାର୍ଡଙ୍କ ‘ବ୍ରେକ୍ ଦି ବିୟର୍ଡ’ ଆହ୍ବାନକୁ ଗ୍ରହଣ କଲେ କାର୍ତ୍ତିକ

ଦୁବାଇ: କପଲ ଚ୍ୟାଲେଞ୍ଜ, ସିଙ୍ଗଲ ଚ୍ୟାଲେଞ୍ଜ୍ସ ଭଳି ଅନେକ ନିଆରା ଆହ୍ବାନ ସାମାଜିକ ଗଣମାଧ୍ୟମରେ ଏବେ ଲୋକପ୍ରିୟ ହୋଇଛି। ଏହି ଧାରାରେ ଆଉ ଏକ ଆହ୍ବାନ ବା ଚ୍ୟାଲେଞ୍ଜ୍‌କୁ ସାମିଲ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର କିରଣ ପୋଲାର୍ଡ। ଯାହାର ନାଁ ହେଉଛି ‘ବ୍ରେକ୍ ଦି ବିୟର୍ଡ’ ଚ୍ୟାଲେଞ୍ଜ୍ । ଏଥିରେ ଜଣକୁ ନିଜର ଦାଢ଼ିକୁ ବଦଳାଇ ନୂଆ ଲୁକ୍ ନେବାକୁ ହୋଇଥାଏ। ପୋଲାର୍ଡ ଏଥିଲାଗି କୋଲ୍‌କାତା ନାଇଟ୍ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ମନୋନୀତ କରିଥିଲେ। ଯାହାକୁ କାର୍ତ୍ତିକ ଗ୍ରହଣ କରିବା ସହ ନିଜ ଦାଢ଼ିକୁ କାଟି ନୂଆ ଲୁକ୍ ନେଇଛନ୍ତି। ଯାହାର ଫଟୋ ଓ ଭିଡିଓ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିଥିଲେ। କାର୍ତ୍ତିକ ଚଳିତ ବର୍ଷ ଆଇପିଏଲ୍‌ର ୪ ମ୍ୟାଚ୍‌ରୁ ମାତ୍ର ୩୭ ରନ୍ କରିଥିଲା ବେଳେ ନୂଆ ଲୁକ୍ ତାଙ୍କ ପାଇଁ ଶୁଭଙ୍କର ହେବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର