ଭୁବନେଶ୍ବର: ଓଡ଼ିଶା ଏଫ୍ସି ବୁଧବାର ଦୁଇ ଓଡ଼ିଆ ଖେଳାଳି କାର୍ତ୍ତିକ ହନ୍ତାଳ ଓ ରୋଶନ ପାନ୍ନାଙ୍କ ସହ ପେସାଗତ ଚୁକ୍ତି କରିଛି। ଉଭୟ ଖେଳାଳି ଓଡ଼ିଶା ଏଫ୍ସି ରିଜର୍ଭ ଦଳରେ ଥିଲେ। ଏବେ ଉଭୟଙ୍କୁ ପଦୋନ୍ନତି ଦେଇ ମୁଖ୍ୟ ଦଳରେ ସାମିଲ କରିଛି ଓଡ଼ିଶା ଏଫ୍ସି। କାର୍ତ୍ତିକଙ୍କ ସହ ୩ ବର୍ଷୀୟା ଏବଂ ରୋଶନଙ୍କ ବର୍ଷିକିଆ ଚୁକ୍ତି କରିଛି ଏହି ଦଳ। ଉଭୟଙ୍କ ଏହି ଚୁକ୍ତି ଚଳିତ ବର୍ଷ ଜୁନ୍ରୁ ଆରମ୍ଭ ହେବ। କାର୍ତ୍ତିକଙ୍କ ସହ ୨୦୨୮ ଏବଂ ରୋଶନଙ୍କ ସହ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି କରାଯାଇଛି।
କାର୍ତ୍ତିକ ଆରମ୍ଭରୁ ଏବଂ ରୋଶନ ଗତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ୍ ଡେଭଲପ୍ମେଣ୍ଟ୍ ଲିଗ୍ (ଆର୍ଏଫ୍ଡିଏଲ୍) ବେଳେ ରିଜର୍ଭ ଦଳରେ ସ୍ଥାନ ପାଇଥିଲେ। ଉଭୟ ଖେଳାଳି ଆର୍ଏଫ୍ଡିଏଲ୍ ଓ ଡୁରାଣ୍ଡ କପ୍ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଏଫ୍ଡିଏଲ୍ରେ କାର୍ତ୍ତିକ ୫ ମ୍ୟାଚ୍ ଖେଳି ୫ ଗୋଲ୍ କରିଥିଲେ। ଯାହା ପୂର୍ବାଞ୍ଚଳ କ୍ବାଲିଫାୟର୍ସ ଦଳ ମଧ୍ୟରେ ସର୍ବୋଚ୍ଚ ଗୋଲ୍ ସ୍କୋରର୍ ହୋଇଥିଲା। ରୋଶନ ମଧ୍ୟ ଦଳକୁ ଉଚ୍ଚସ୍ଥାନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସନ୍ତୋଷ ଟ୍ରଫିରେ ଓଡ଼ିଶାକୁ ଫାଇନାଲ୍ ରାଉଣ୍ଡରେ ପହଞ୍ଚାଇବାରେ ଉଭୟ କାର୍ତ୍ତିକ ଓ ରୋଶନଙ୍କ ଅବଦାନ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/31/gof1rx2GmoZVdj3jJshS.jpg)