ମୁମ୍ବାଇ : ବାଂଲାଦେଶ ବିରୋଧରେ ଇଶାନ କିଷନ ମାରିଥିବା ଦ୍ବିଶତକର ଚର୍ଚ୍ଚା ଏବେ ବି ଶେଷ ହୋଇନାହିଁ । ପୁଣି ଏହା ସହିତ ଟିମରେ ସ୍ଥାନ ପାଇବା ପାଇଁ ଯୁବ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆହୁରି ତୀବ୍ର ହୋଇଛି ।

Advertisment

ଆସନ୍ତା ବର୍ଷ ଭାରତ ମାଟିରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ବିଶ୍ୱକପ୍ ପାଇଁ ପ୍ରାୟ ନଅ ମାସ ବାକି ଥିବା ସମୟରେ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଯୁବ ଖେଳାଳି ନିଜକୁ ନୀତିରେ ଫିଟ୍ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ପ୍ରତ୍ୟେକ ଖେଳାଳି ଉନ୍ନତ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିବାକୁ ଚାହାଁନ୍ତି, କିନ୍ତୁ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଯାହା କରିଥିଲେ ତାହା ଟିମ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ପୁରୁଖା ଖେଳାଳି ଦୀନେଶ କାର୍ତ୍ତିକ ଇଶାନଙ୍କ ଇନିଂସ ବିଷୟରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଇଶାନଙ୍କ ବିସ୍ଫୋରଣ ପରେ ଏବେ ଦିନିକିଆ ଦଳରେ ଓପନର ପାଇଁ ଚାରି ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲଢେଇ ଚାଲିଛି । ଅବଶ୍ୟ ଅଧିନାୟକ ରୋହିତ ଶର୍ମା ଖେଳିବେ, କିନ୍ତୁ ଅନ୍ୟ ପଟରେ ଧାୱନ, ଶୁଭମାନ ଗିଲ ଏବଂ ଇଶାନ କିଶନଙ୍କ ମଧ୍ୟରେ ଲଢେଇ ହେବ । ଶିଖର ଧାୱନ ବାଂଲାଦେଶ ବିରୁଦ୍ଧରେ ଭଲ ଖେଳିନଥିଲେ । ଇଶାନ କିଶନଙ୍କ ଯୋଗୁଁ ତାଙ୍କ ଉପରେ ଚାପ ବଢିଯାଇଛି ।

ଏକ ୱେବସାଇଟ୍ ସହିତ ସାକ୍ଷାତକାର ବେଳେ କାର୍ତ୍ତିକ କହିଛନ୍ତି ଯେ ଇଶାନ କିଶନଙ୍କୁ କିପରି "ସେମାନେ" ବାହାରେ ରଖିବେ ତାହା ଦେଖବାକଥା । ଯଦି ଯଦି ରୋହିତ ଖେଳନ୍ତି, ତେବେ ଜଣକୁ ବାହାରେ ବସିବାକୁ ପଡିବ ।  ଧାୱନଙ୍କ ସହ ମଧ୍ୟ ଏହା ହୋଇପାରେ | ଏବଂ ଯଦି ତାହା ହୁଏ, ତେବେ ଧାୱନଙ୍କ ଅତ୍ୟନ୍ତ ଚମତ୍କାର କ୍ୟାରିୟରର ଏହା ଏକ ଦୁଃଖଦ ସମାପ୍ତି ହେବ ।