ନୂଆଦିଲ୍ଲୀ,: ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଶୃଙ୍ଖଳା ଖେଳୁଥିବା ଭାରତୀୟ ଦଳର ପ୍ରଥମ ପସନ୍ଦ ଓ୍ଵିକେଟ୍‌ ରକ୍ଷକ ରିଦ୍ଧିମାନ ସାହା ଆହତ ହୋଇଛନ୍ତି। ସେଞ୍ଚୁରିଅନ୍‌ ଟେଷ୍ଟ ପୂର୍ବରୁ ଗତ ୧୧ ତାରିଖରେ ଦଳର ଅଭ୍ୟାସ ବେଳେ ରିଦ୍ଧିମାନ ଆହତ ହୋଇଥିଲେ। ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ଦ୍ୱିତୀୟ ଟେଷ୍ଟ ପାଇଁ ତାଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ଖେଳାଯାଇଥିଲା। ହେଲେ ପାର୍ଥିବଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ। ସେ ପ୍ରଥମ ପାଳିରେ ୧୯ ରନ୍‌ କରିଥିଲା ବେଳେ ୨ରୁ ଅଧିକ କ୍ୟାଚ୍‌ ହାତଛଡ଼ା କରିଲେଣି। ପୁଣି ରିଦ୍ଧିମାନ ପରବର୍ତୀ ତଥା ଶେଷ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ। ତେଣୁ ରିଦ୍ଧିମାନଙ୍କ ବଦଳରେ ଦୀନେଶ କାର୍ତିକଙ୍କୁ ଟେଷ୍ଟ ଦଳକୁ ଡକରା ଦିଆଯାଇଛି। କାର୍ତିକ ତୁରନ୍ତ ଦକ୍ଷିଣ ଆଫ୍ରିକା ଯାଇ ଦଳ ସହ ଯୋଗଦେବେ। ସେ ତୃତୀୟ ଟେଷ୍ଟ ଖେଳିବେ ବୋଲି କୁହାଯାଇଛି। କାର୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷ ସମୀତ ଓଭର ଶୃଙ୍ଖଳା ପାଇଁ ଦଳରେ ସାମିଲ ରହିଛନ୍ତି। ତେବେ ସେ ଆଗୁଆ ସେଠାକୁ ଯିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Advertisment

୨୦୦୪ରେ ଟେଷ୍ଟ ପଦାର୍ପଣ କରିଥିବା କାର୍ତିକ କିନ୍ତୁ ପ୍ରାୟ ୮ ବର୍ଷ ହେଲା ଟେଷ୍ଟ ଖେଳିନାହାନ୍ତି। ଶେଷଥର ପାଇଁ ୮ ବର୍ଷ ତଳେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଏହାପରେ ସୀମିତ ଓଭର କ୍ରିକେଟ୍‌କୁ ତାଙ୍କର ଯିବାଆସିବା ମଧ୍ୟ ଲାଗିରହିଛି। ହେଲେ ଘରୋଇ ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ଏବେ ମନୋନୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଶୃଙ୍ଖଳା ଖେଳୁଥିବା ଭାରତୀୟ ଦଳର ପ୍ରଥମ ପସନ୍ଦ ଓ୍ଵିକେଟ୍‌ ରକ୍ଷକ ରିଦ୍ଧିମାନ ସାହା ଆହତ ହୋଇଛନ୍ତି। ସେଞ୍ଚୁରିଅନ୍‌ ଟେଷ୍ଟ ପୂର୍ବରୁ ଗତ ୧୧ ତାରିଖରେ ଦଳର ଅଭ୍ୟାସ ବେଳେ ରିଦ୍ଧିମାନ ଆହତ ହୋଇଥିଲେ। ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ଦ୍ୱିତୀୟ ଟେଷ୍ଟ ପାଇଁ ତାଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ଖେଳାଯାଇଥିଲା। ହେଲେ ପାର୍ଥିବଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ।

ସେ ପ୍ରଥମ ପାଳିରେ ୧୯ ରନ୍‌ କରିଥିଲା ବେଳେ ୨ରୁ ଅଧିକ କ୍ୟାଚ୍‌ ହାତଛଡ଼ା କରିଲେଣି। ପୁଣି ରିଦ୍ଧିମାନ ପରବର୍ତୀ ତଥା ଶେଷ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ। ତେଣୁ ରିଦ୍ଧିମାନଙ୍କ ବଦଳରେ ଦୀନେଶ କାର୍ତିକଙ୍କୁ ଟେଷ୍ଟ ଦଳକୁ ଡକରା ଦିଆଯାଇଛି। କାର୍ତିକ ତୁରନ୍ତ ଦକ୍ଷିଣ ଆଫ୍ରିକା ଯାଇ ଦଳ ସହ ଯୋଗଦେବେ। ସେ ତୃତୀୟ ଟେଷ୍ଟ ଖେଳିବେ ବୋଲି କୁହାଯାଇଛି। କାର୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷ ସମୀତ ଓଭର ଶୃଙ୍ଖଳା ପାଇଁ ଦଳରେ ସାମିଲ ରହିଛନ୍ତି। ତେବେ ସେ ଆଗୁଆ ସେଠାକୁ ଯିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୨୦୦୪ରେ ଟେଷ୍ଟ ପଦାର୍ପଣ କରିଥିବା କାର୍ତିକ କିନ୍ତୁ ପ୍ରାୟ ୮ ବର୍ଷ ହେଲା ଟେଷ୍ଟ ଖେଳିନାହାନ୍ତି। ଶେଷଥର ପାଇଁ ୮ ବର୍ଷ ତଳେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଏହାପରେ ସୀମିତ ଓଭର କ୍ରିକେଟ୍‌କୁ ତାଙ୍କର ଯିବାଆସିବା ମଧ୍ୟ ଲାଗିରହିଛି। ହେଲେ ଘରୋଇ ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ଏବେ ମନୋନୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।