କାର୍ତିକ ଏକା ଶୀର୍ଷରେ: କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ମୁଖ୍ୟ ବର୍ଗ (କାଟେଗୋରି ‘ଏ’)ରେ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ କାର୍ତିକ ଭେଙ୍କଟରମଣ ଏକାକୀ ଆଗୁଆ ରହିଛନ୍ତି। ୧୦ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାର ନିର୍ଣ୍ଣାୟକ ନବମ ରାଉଣ୍ଡ ଶେଷରେ କାର୍ତିକ ୮ ପଏଣ୍ଟ୍‌ ସହ ଏକ ଶୀର୍ଷରେ ରହିଛନ୍ତି। ବେଙ୍ଗଲ୍‌ ଜିଏମ୍‌ ଦୀପ୍ତାୟନ ଘୋଷ ଏବଂ ଭିଏତନାମ ଜିଏମ୍‌ ମିନ୍‌ ତ୍ରାନ୍‌ ତୁଆନ୍‌ ସମାନ ୭.୫ ପଏଣ୍ଟ୍‌ ସହ ମିଳିତ ଦ୍ୱିତୀୟରେ ଅଛନ୍ତି। ୭ ଜଣ ସମାନ ୭ ପଏଣ୍ଟ ପାଇ ମିଳିତ ତୃତୀୟରେ ରହିଥିବାବେଳେ ଓଡ଼ିଶା ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ ଏଥିରେ ସାମିଲ ଅଛନ୍ତି। ଦେବାଶିଷ ଗୁରୁବାର ତାଜିକ୍‌ ଗ୍ରାଣ୍ଡମାଷ୍ଟର୍‌ ଫାରୁକ୍‌ ଅମନାତୋଭ୍‌ (୨୬୦୮)ଙ୍କ ସହ ପଏଣ୍ଟ୍‌ ଭାଗ କରି ପଛରେ ପଡ଼ିଯାଇଥିଲେ। ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଉତ୍କଳ ରଂଜନ ସାହୁ, ରାଜେଶ ନାୟକ, ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର ସମାନ ୬ ପଏଣ୍ଟ୍‌ ପାଇ ଶୀର୍ଷ ୫୦ ଭିତରେ ରହିଛନ୍ତି।

ସମ୍ବନ୍ଧିତ ଖବର