କରୋନା ପାଇଁ କରୁଣା: ଗୋଟିଏ ମାସର ଦରମା‌ ଦେ‌ଲେ ହୀମା

ଗୁଆହାଟୀ: ମହାମାରୀ କରୋନା ଭୂତାଣୁ ବିପକ୍ଷ ଲଢ଼େଇ ପାଇଁ ଆସାମ ସରକାରଙ୍କୁ ଭାରତୀୟ ଧାବିକା ହୀମା ଦାସ ଗୋଟିଏ ମାସର ଦରମା ଦାନ କରିଛନ୍ତି। ଏସୀୟ କ୍ରୀଡ଼‌ା ସ୍ବର୍ଣ୍ଣ ବିଜୟିନୀ ଓ ୪୦୦ ମିଟର ଦୌଡ଼‌ରେ ୨୦ ବର୍ଷରୁ କମ୍‌ ବିଶ୍ବ ବିଜୟିନୀ ହୀମା ଗୁଆହାଟୀସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ସଂସ୍ଥାରେ ମାନବ ସମ୍ବଳ ଅଧିକାରୀ ଭାବେ ‌ଚାକିରି କରିଛନ୍ତି। ସାଥୀମାନେ ଏଭଳି କଷ୍ଟକର ସମୟରେ ଯେଉଁ ବ୍ୟକ୍ତିମାନେ ଆମଠୁ କିଛି ଆଶା ରଖୁଛନ୍ତି ସେମାନଙ୍କ ସହ ଠିଆ ହେବା ସାଙ୍ଗକୁ ସହଯୋଗ କରିବା। କରୋନା ଭୂତାଣୁଠାରୁ ଲୋକମାନଙ୍କୁ ରକ୍ଷା କରିବା ଲାଗି ଆସାମ ସରକାରଙ୍କ ଆରୋଗ୍ୟ ନିଧି ଆକାଉଣ୍ଟ୍‌କୁ ମୁଁ ମୋର ଗୋଟିଏ ମାସର ଦରମା ଦାନ କରୁଛି ବୋଲି ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି ହୀମା। ଏପର୍ଯ୍ୟନ୍ତ ଆସମ‌ରେ କୌଣସି କ‌ରୋନା ପଜେଟିଭ୍‌ ମିଳିନଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏଠାରେ ମଧ୍ୟ ୨୧ ଦିନର ଫ‌ାଟକବନ୍ଦି କଟକଣା ପ‌ାଳନ କରାଯାଉଛି। ଆସାମ କ୍ରିକେଟ୍‌ ସଂଘ ଏହାର ବର୍ଷାପାରା ଷ୍ଟାଡିୟମକୁ ସଂଗରୋଧ ଗୃହ ଭାବେ ବ୍ୟବହାର କରିବା ଲାଗି ଆସାମ ସରକାରଙ୍କୁ ଅନୁମତି ଦେଇଛି।

ସମ୍ବନ୍ଧିତ ଖବର