ଭିଏନା: ପୂର୍ବତନ ଜାତୀୟ ବିଜେତା ତଥା ଦ୍ୱିତୀୟ ମାନ୍ୟତା ପରୁପଲ୍ଲୀ କାଶ୍ୟପ ଅଷ୍ଟ୍ରିଆନ୍ ଓପନ୍ ଇଣ୍ଟରନ୍ୟାସ୍ନାଲ୍ ଚ୍ୟାଲେଞ୍ଜ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଭାରତୀୟ ତାରକା କାଶ୍ୟପ ରବିବାର ପୁରୁଷ ଏକକ ଫାଇନାଲ୍ରେ ୩୭ ମିନିଟ୍ ସଂଘର୍ଷ କରିବା ପରେ ମାଲେସିଆ ପ୍ରତିଦ୍ୱନ୍ଦ୍ୱୀ ଜୁନ୍ ଓ୍ଵି ଚିମ୍ଙ୍କୁ ୨୩-୨୧ ଓ ୨୧-୧୪ ସିଧାସଳଖ ଗେମ୍ରେ ପରାସ୍ତ କରି ଟ୍ରଫି କବ୍ଜା କରିନେଇଛନ୍ତି। ଏଥି ସହିତ କାଶ୍ୟପ ମଧ୍ୟ ଚଳିତ ବର୍ଷ ତାଙ୍କର ପ୍ରଥମ ଟ୍ରଫି ହାସଲ କରିଛନ୍ତି।
ଅଷ୍ଟ୍ରିଆନ୍ ଓପନ୍ ଜିତିଲେ କାଶ୍ୟପ
/sambad/media/post_attachments/wp-content/uploads/2018/02/Parupalli-Kashyap-won-his-first-tournament-of-the-year-in-Vienna-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)