ଦୋହା: ୟୁଥ୍ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଭାରୋତ୍ତୋଳକ ଜେରେମୀ ଲାଲ୍ରିନୁଙ୍ଗା ଏଠାରେ ଆୟୋଜିତ କାତାର ଇଣ୍ଟରନ୍ୟାସ୍ନାଲ କପ୍ ଷଷ୍ଠ ସଂସ୍କରଣରେ ରୌପ୍ୟ ପଦକ ଅମଳ କରିଛନ୍ତି। ପୁରୁଷ ୬୭ କେଜି ବର୍ଗରେ ଏହି ୧୭ ବର୍ଷ ବୟସ୍କ ଭାରତୀୟ ରୌପ୍ୟ ଜିତିବା ଅବସରରେ ନୂଆ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସାଙ୍ଗକୁ ସ୍ନାଚ୍ ଏବଂ କ୍ଲିନ୍ ଓ ଜର୍କରେ ନିଜର ୟୁଥ୍ ବିଶ୍ବ ସାଙ୍ଗକୁ ଏସୀୟ କୀର୍ତ୍ତିମାନ ମଧ୍ୟ ଭାଙ୍ଗି ଦେଇଛନ୍ତି। ମିଜୋରାମ ବାଳକ ଜେରେମୀ ମୋଟ ୩୬୦ କେଜି ଭାର ଉତ୍ତୋଳନ କରିଥିଲେ। ସେଥିରୁ ସ୍ନାଚ୍ରେ ୧୪୦ ଏବଂ କ୍ଲିନ୍ ଓ ଜର୍କରେ ୧୬୬ କେଜି ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ମୋଟ ୨୭ (ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ) କୀର୍ତ୍ତିମାନ ଭାଙ୍ଗି ଦେଇଥିଲେ। ଜେରେମୀ ୧୨ ଅନ୍ତର୍ଜାତୀୟ (୩ ୟୁଥ୍ ବିଶ୍ବ, ୩ ୟୁଥ୍ ଏସୀୟ ଓ ୬ ରାଜ୍ୟଗୋଷ୍ଠୀ) କୀର୍ତ୍ତିମାନ ଭାଙ୍ଗିଥିଲା ବେଳେ ୧୫ ଜାତୀୟ (୫ ୟୁଥ୍, ୫ କନିଷ୍ଠ ଓ ୫ ବରିଷ୍ଠ) କୀର୍ତ୍ତିମାନ ଭାଙ୍ଗିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ପୂର୍ବତନ ବିଶ୍ବ ବିଜୟିନୀ ଭାରୋତ୍ତୋଳକ ସାଇଖୋମ୍ ମୀରାବାଇ ଚାନୁ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ମହିଳା ୪୯ କେଜି ବର୍ଗରେ ସେ ମୋଟ ୧୯୪ କେଜି ଭାର ଉତ୍ତୋଳନ କରି ଭାରତ ପାଇଁ ପଦକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ଏହି ୨୪ ବର୍ଷ ବୟସ୍କା ମଣିପୁରୀ ଝିଅ ସ୍ନାଚ୍ରେ ୮୩ ଓ କ୍ଲିନ୍ ଓ ଜର୍କରେ ୧୧୧ କେଜି ଭାର ଉତ୍ତୋଳନ କରି ପ୍ରଥମ ସ୍ଥାନ ପାଇଥିଲେ। ତଥାପି ଚାନୁଙ୍କର ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୨୦୧ କେଜି)ଠୁ ତଳେ ରହିଯାଇଥିଲା।
କାତାର ଇଣ୍ଟରନ୍ୟାସ୍ନାଲ କପ୍: ୨୭ କୀର୍ତ୍ତିମାନ ଭାଙ୍ଗିଲେ ଜେରେମୀ
/sambad/media/post_attachments/wp-content/uploads/2019/12/dg564jhdg564jd65g4jdgjjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)