ରାଜ୍ୟ ସ୍କୁଲ୍‌ ଚେସ୍‌ରେ କୌସ୍ତୁଭ, ଜ୍ୟୋତିକା ବିଜେତା

କଟକ: ନିଖିଳ ଓଡ଼ିଶା ଚେସ୍‌ ସ˚ଘ ଓ କଟକ ଜିଲ୍ଲା ଚେସ୍‌ ସ˚ଘ ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ରାଜ୍ୟ ସ୍କୁଲ୍‌ ଫିଡେ ରେଟେଡ୍‌ ରାପିଡ୍‌ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ବାଳକ ବିଭାଗରେ ଖୋର୍ଦ୍ଧାର କୌସ୍ତୁଭ ଦାଶ ୮ ପଏଣ୍ଟ୍‌ ଓ ବାଳିକାରେ କଟକର ଜ୍ୟୋତିକା ସାହୁ ୭ ପଏଣ୍ଟ୍‌ ପାଇ ବିଜେତା ହୋଇଛନ୍ତି। ଏମାନଙ୍କ ବ୍ୟତୀତ ବାଳକରେ ଶ୍ରେୟା˚ଶ ଶୁଭମ ପଟ୍ଟନାୟକ ୮ ପଏଣ୍ଟ୍‌ ପାଇଥିଲେ ସୁଦ୍ଧା ଟାଇ ବ୍ରେକରରେ ପରାସ୍ତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ଆୟୁଷମାନ ମହାନ୍ତି, ଓମ୍‌ ଆଦିତ୍ୟ ଖଡ଼ଙ୍ଗା ୭ ପଏଣ୍ଟ୍‌ ଲେଖାଏଁ ପାଇଥିଲେ। ସେହିପରି ବାଳିକାରେ ପ୍ରତ୍ୟାଷା ଜେନା ମଧ୍ୟ ୭ ପଏଣ୍ଟ୍‌ ପାଇଥିଲେ ବି ଟାଇବ୍ରେକରରେ ପରାଜିତ ହୋଇ ଦ୍ବିତୀୟ ହୋଇଥିଲେ। ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଓ ଋତୁଶ୍ରୀ ଋତୁପ୍ରଭା ସାହୁ ୬.୫ ପଏଣ୍ଟ୍‌ ହାସଲ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ଆନ୍ତର୍ଜାତିକ ଆର୍ବିଟର ନିହାର ର˚ଜନ ସାସମଲ, ତାପସ ମହାନ୍ତି, ଫିଡେ ଆର୍ବିଟର ଜ୍ୟୋତିଶଙ୍କର ନନ୍ଦ ପରିଚାଳନା କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ବାଳକ ଓ ବାଳିକାର ଶୀର୍ଷ ୨୫ଜଣ ଲେଖାଏଁ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଉଭୟ ବର୍ଗର ଶୀର୍ଷ ଦୁଇ ଜଣଙ୍କ ସହ ବାଳକରେ ଶୁଭମ ପରିଡ଼ା ଓ ବାଳିକାରେ ଵାଇ. ଗାୟତ୍ରୀ, ଜୁଲାଇ-ଅଗଷ୍ଟରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ଦେଖିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଚେସ୍‌ ସ˚ଘ ଯୁଗ୍ମ ସମ୍ପାଦକ ର˚ଜନ ମହାନ୍ତି, ନିଖିଳ ଓଡ଼ିଶା ଚେସ୍‌ ସ˚ଘ ସମ୍ପାଦକ ଦେବବ୍ରତ ଭଟ୍ଟ, ଗ୍ରାଣ୍ତମାଷ୍ଟର ସ୍ବୟମ୍ସ ମିଶ୍ର, କଟକ ଜିଲ୍ଲା ଚେସ୍‌ ସ˚ଘ ସଭାପତି ବିବେକ କୁମାର ତିବରଵାଲ, ସମ୍ପାଦକ ଅଜୟ କୁମାର ନାୟକ, ବରିଷ୍ଠ ଉପସଭାପତି ସନ୍ତୋଷ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର