ଭୁବନେଶ୍ବର: ଝାରପଡ଼ା ଗ୍ରାଉଣ୍ଡରେ ଖେଳାଯାଇଥିବା ନବମ କେସିସି ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତାରେ ଟେନିସ୍ ଷ୍ଟାର କ୍ରିକେଟ୍ ଦଳ ବିଜେତା ହୋଇଛି। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଟେନିସ୍ ଷ୍ଟାର୍ ଦଳ ଆୟୋଜକ କେସିସିକୁ ୮ ୱିକେଟ୍ରେ ପରାସ୍ତ କରିଥିଲା। ଟେନିସ୍ ଷ୍ଟାର୍ ଦଳ ଫାଇନାଲ ମ୍ୟାଚରେ ଟସ୍ ଜିତି କେସିସିକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। କେସିସି ନିର୍ଧାରିତ ୬ ଓଭରରେ ୪୩ ରନ୍ କରିଥିଲା। ଦଳ ପକ୍ଷରୁ ପଙ୍କଜ ସର୍ବାଧିକ ୨୫ ରନ୍ କରିଥିଲେ। ୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟେନିସ୍ ଷ୍ଟାର୍ ଏକାଦଶ ଦମଦାର ଖେଳ ଦେଖାଇଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅନୁଭବ ଖଟୁଆ (୨୮ ରନ୍) ପଡ଼ିଆର ଚାରିଆଡ଼େ ଚୌକା ବର୍ଷା କରି କେସିସି ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ।
ଟେନିସ୍ ଷ୍ଟାର୍ ମାତ୍ର ୪ .୨ ଓଭରରେ ୨ ୱିକେଟ୍ ହରାଇ ୪୭ ରନ ସ୍କୋର କରିନେଇଥିଲା। ବାପୁନି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ପଙ୍କଜ ଦାଶ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ପଙ୍କଜ ୩ ମ୍ୟାଚ୍ରୁ ସର୍ବାଧିକ ୧୦୩ ରନ କରି ଥିଲେ। ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ସହ ସୁରେଶ ଜେନା, ସନ୍ତୋଷ ଜେନା, ଡକ୍ଟର ଅମ୍ରିତ ପଟ୍ଟଯୋଶୀ ଅତିଥିଭାବେ ଯୋଗ ଦେଇଥିଲେ। ଅୟୋଜକ କ୍ଲବ୍ ସଭାପତି ପ୍ରକାଶ ଜେନା, ଉପ ସଭାପତି ଅଭିଷେକ ମହାନ୍ତି, ସମ୍ପାଦକ ଅଭିଷେକ ବେହେରା, ଯୁଗ୍ମ ସମ୍ପାଦକ ଅଜୟ ସାହୁ, ସଦସ୍ୟ ଶୁଭେନ୍ଦୁ ଦାସ, ପ୍ରଭାସ ଜେନା ଓ ଗୌରୀ ଶଙ୍କର ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।