ଲଣ୍ଡନ୍: ସୁପର୍ ମମ୍ ସେରେନାଙ୍କ ଚଳିତ ବର୍ଷ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଲା। ମାତୃତ୍ୱ ଲାଭ ପରେ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଖେଳିଥିବା ପୂର୍ବତନ ଶୀର୍ଷ ମାନ୍ୟତା ତଥା ଏଠାରେ ୭ ଥର ବିଜୟିନୀ ହୋଇଥିବା ସେରେନା ଶନିବାର ଚଳିତ ଓ୍ଵିମ୍ବଲଡନ୍ ମହିଳା ଏକକ ଫାଇନାଲ୍ରେ ଚିତ୍ପଟାଙ୍ଗ ମାରିଲେ। ଆଉ ତାଙ୍କୁ ସିଧାସଳଖ ସେଟ୍ ୬-୩ ଓ ୬-୩ରେ ପରାସ୍ତ କରି ଅନ୍ୟତମ ପୂର୍ବତନ ଶୀର୍ଷ ମାନ୍ୟତା ତଥା ଜର୍ମାନି ଲଳନା ଆଞ୍ଜେଲିକ୍ କେର୍ବର ଟ୍ରଫି କରାୟତ କଲେ। ଚଳିତ ଓ୍ଵିମ୍ବଲଡନ୍ରେ କେର୍ବର ଏକାଦଶ ମାନ୍ୟତା ପାଇଥିଲା ବେଳେ ସେରେନାଙ୍କୁ ୨୫ତମ ମାନ୍ୟତା ମିଳିଥିଲା। ତେବେ ଫାଇନାଲ୍ ପର୍ଯ୍ୟନ୍ତ ଦମ୍ଦାର ପ୍ରଦର୍ଶନ କରିଆସିଥିବା ସେରେନା ଶେଷରେ ର୍କେବରଙ୍କ ନିକଟରେ ହାର୍ ମାନିଲେ। ଏଥି ସହିତ ସେରେନାଙ୍କ ଅଷ୍ଟମ ଓ୍ଵିମ୍ବଲଡନ୍ ଟ୍ରଫି ବିଜୟର ଆଶା ଧୂଳିସାତ୍ ହୋଇଗଲା। ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ଏଠାରେ ଫାଇନାଲ୍ ପ୍ରବେଶ କରିଥିବା କେର୍ବର ପ୍ରଥମ ଥର ଲାଗି ଟ୍ରଫି କବ୍ଜା କରିନେଲେ। ଏହା ମଧ୍ୟ କେର୍ବରଙ୍କର ମୋଟ ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି। ପୂର୍ବରୁ କେର୍ବର ୨୦୧୬ରେ ଅଷ୍ଟ୍ରେଲିଆନ୍ ଓ ୟୁଏସ୍ ଓପନ୍ ଓପନ୍ ଟ୍ରଫି କରାୟତ କରିଥିଲେ। ୨୦୧୬ରେ ମଧ୍ୟ କେର୍ବର ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।
କେର୍ବର ନୂଆ ଓ୍ଵିମ୍ବଲଡନ୍ ବିଜୟିନୀ
/sambad/media/post_attachments/wp-content/uploads/2018/07/15-kerber-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)