ବେଙ୍ଗାଲୁରୁ: ଆହତ ‌କ୍ରିକେଟର ଡେଭିଡ୍‌ ୱିଲିଙ୍କ ବଦଳ ଖେଳାଳି ଭାବେ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ ପାଇଁ କେଦାର ଯାଦବଙ୍କ ନାମକୁ ଘୋଷଣା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଇଂଲଣ୍ଡ ଅଲରାଉଣ୍ଡର ୱିଲି ଆର୍‌ସିବି ପାଇଁ ୪ ମ୍ୟାଚ୍‌ ଖେଳିଥିଲା ବେଳେ ୩ ୱିକେଟ୍‌ ଦଖଲ କରିଥିଲେ।

Advertisment

କେଦାର ଯାଦବ ୨୦୧୦ରେ ଆଇପିଏଲ୍‌ ପଦାର୍ପଣ କରିଥିଲା ବେଳେ ୯୩ ମ୍ୟାଚ୍‌ ଖେଳି ୧୧୯୬ ରନ୍ ସଂଗ୍ରହ କରିଛନ୍ତି। କେଦାର ପୂର୍ବରୁ ଆର୍‌ସିବିକୁ ୧୭ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିସାରିଛନ୍ତି। ହେଲେ ଏଥର ତାଙ୍କୁ ୧ କୋଟି ଟଙ୍କାରେ ଆର୍‌ସିବି ନିଜ ଦଳରେ ସାମିଲ କରିଛି।