ଭୁବନେଶ୍ବର: ଓଡ଼ିଶା ବାହୁକୁସ୍ତି ସଂଘର ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ସଂଘର କେତେକ କାର୍ଯ୍ୟକାରୀ ସଦସ୍ୟଙ୍କ ପରଲୋକ ଘଟିଥିବା ବେଳେ ବ୍ୟକ୍ତିଗତ କାରଣ ପାଇଁ ଅନ୍ୟ କେତେକ ସଭ୍ୟ ଅସମର୍ଥ ପ୍ରକାଶ କରିଥିଲେ। ସେଥିପାଇଁ ସାଧାରଣ ବୈଠକ ଅବସରରେ ଆସନ୍ତାବର୍ଷ ନିର୍ବାଚନ ପର୍ଯ୍ୟନ୍ତ କେତେକ ନୂଆ କର୍ମକର୍ତାଙ୍କୁ କାର୍ଯ୍ୟକାରୀ ପରିଷଦକୁ ବଛାଯାଇଛି। ଜାତୀୟ ସଂଘର ସଂପାଦକ କେଦାରଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାଜ୍ୟ ସଂଘର ସଭାପତି ମନୋନୀତ କରାଯାଇଛି। ତାଙ୍କ ବ୍ୟତୀତ ସୁନିଲ କୁମାର ରାଜ ଓ ଗୌରାଙ୍ଗ ଚରଣ ପାତ୍ର-ଉପସଭାପତି, ଶଶୀକାନ୍ତ ଜେନା-ଯୁଗ୍ମ ସଂପାଦକ ଏବଂ ସନ୍ତୋଷ କୁମାର ଦାସ-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସାଗର କୁମାର ନାୟକ, ଜନ୍ ଦେବାଶିଶ ଦାସ, ଚନ୍ଦନ କୁମାର ବେହେରା, ରାହୁଲ ମାହାର ଓ କୁନୁ ମୁଖୀ ନୂଆ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ମେ’ ମାସରେ ଓଡ଼ିଶା ଦଳ ହାଇଦ୍ରାବାଦରେ ହେବାକୁ ଥିବା ଜାତୀୟ ବାହୁକୁସ୍ତି ପ୍ରତିଯୋଗିତାରେ ଭାଗ ନେବ ଏବଂ ପୁରୀଠାରେ ପେସାଦାର ଲିଗ୍ ଅନୁଷ୍ଠିତ ହେବ ବୋଲି ସଂଘର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ବାହୁକୁସ୍ତି ସଂଘର ନୂଆ କର୍ମକର୍ତା କେଦାର ଷଡ଼ଙ୍ଗୀ ସଭାପତି
/sambad/media/post_attachments/wp-content/uploads/2022/04/g4jg6d4jg65d4gjd56gjgjd-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)