ଜାମାଇକା ଟେଷ୍ଟ୍‌ ପାଇଁ କମିନ୍ସଙ୍କ ସ୍ଥାନରେ ପଲ୍‌

କିଙ୍ଗ୍‌ଷ୍ଟନ୍‌, ଜାମାଇକା : ଏଠାରେ ଶୁକ୍ରାବରଠୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଦ୍ବିତୀୟ ତଥା ଶେଷ ଟେ‌ଷ୍ଟ୍‌ ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍‌ ଦଳ ଘୋଷିତ ହୋଇଛି। ଆଣ୍ଟିଗୁଆ ଟେଷ୍ଟ୍‌ରେ ଭଲ ପ୍ରଦର୍ଶନ କରିପାରିନଥିବା ଯୋଗୁଁ ମିଗୁଏଲ୍‌ କମିନ୍ସଙ୍କୁ ବାଦ୍‌ ଦେଇ ଆହତରୁ ମୁକୁଳିଥିବା କିମୋ ପଲ୍‌ଙ୍କୁ ଦଳରେ ସାମିଲ କରାଯାଇଛି। କମିନ୍ସ ଆଣ୍ଟିଗୁଆରେ ୨୦ ଓଭର ବୋଲିଂ କରିଥିଲେ ମଧ୍ୟ ୱିକେଟ୍‌ଶୂନ୍ୟ ରହି ୬୯ ରନ୍‌ ବ୍ୟୟ କରିଥିଲେ। ପ୍ରଥମ ଟେଷ୍ଟ୍‌ ଖେଳିଥିବା ଦଳରେ ଏହି ଏକମାତ୍ର ପରିବର୍ତନ କରାଯାଇଛି। ଫଳରେ ପ୍ରଥମ ଟେଷ୍ଟ୍‌କୁ ୩୧୮ ରନ୍‌ ବ୍ୟବଧାନରେ ହାରି ୦-୧ ପଛୁଆ ରହିଥିବା ଇଣ୍ଡିଜ୍‌ ପୁଣି ଥରେ ୱିକେଟ୍‌ ରକ୍ଷକ ସାଇ ହୋପ୍‌ଙ୍କ ଉପରେ ଆସ୍ଥା ରଖିଛି। ସେନ୍‌ ‌ଡୌରିକ୍‌ ପ୍ରଥମ ପସନ୍ଦ ୱି‌କେଟ୍‌ ରକ୍ଷକ ଥିଲା ବେଳେ ଆହତ ଯୋଗୁଁ ସେ ଦୂରେଇ ରହିଛନ୍ତି। ତଥାପି ହୋପ୍‌ଙ୍କ ବ୍ୟତୀତ ଜାମର ହାମିଲଟନ୍‌ଙ୍କୁ ଦ୍ବିତୀୟ ୱିକେଟ୍‌ରକ୍ଷକ ଭାବେ ଦଳରେ ରଖାଯାଇଛି।

୧୩ ଜଣିଆ ଦଳ: ଜାସନ୍‌ ହୋଲ୍‌ଡର (ଅଧିନାୟକ), କ୍ରେଗ୍‌ ବ୍ରାଥ୍‌ୱେଟ୍‌, ଡାରେନ୍‌ ବ୍ରାଭୋ, ସାମାର ବ୍ରୁକ୍ସ, ଜନ୍‌ କାମ୍ପବେଲ୍‌, ରସ୍ତନ ଚେଜ୍‌, ରାକିମ୍‌ କର୍ନୱାଲ, ଜାମର ହାମିଲଟନ୍‌ (ୱିକେଟ୍‌ରକ୍ଷକ), ସିମ୍ରନ୍‌ ହେଟ୍‌ମିର୍‌, ସାଇ ହୋପ୍‌ (ୱିକେଟ୍‌ରକ୍ଷକ), ସାନନ୍ ଗାବ୍ରିଏଲ୍‌, କିମୋ ପଲ୍‌ ଏବଂ କେମାର ରୋଚ୍‌।

ସମ୍ବନ୍ଧିତ ଖବର