ଧୋନି ଭାଇଙ୍କ ମୁଣ୍ଡରେ କ’ଣ ଚାଲିଛି ଜାଣିବା କଷ୍ଟ, ଏଥିପାଇଁ ମୋତେ ଆଉଟ୍ ହେବାକୁ ପଡ଼ିଛି: ଈଶାନ କିଶନ

ନୂଆଦିଲ୍ଲୀ: ଧୋନି ଭାଇଙ୍କ ମୁଣ୍ଡରେ କ’ଣ ଚାଲିଛି ଜାଣିବା କଷ୍ଟ। ଏଥିପାଇଁ ମୋତେ ଆଉଟ୍ ହେବାକୁ ପଡ଼ିଛି। ଏକ ସାକ୍ଷାତକାରରେ ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଓପନର ଈଶାନ କିଶନ। ନିଜ କ୍ୟାରିୟରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ଅନେକ ଇତିହାସ ରଚିଛନ୍ତି କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ର ୱିକେଟ କିପର ମହେନ୍ଦ୍ର ସିଂହ ଧୋନି।

ସିଏସକେ ଅଧିନାୟକ ଭାବରେ ଧୋନି ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ରେ ଆଇପିଏଲ୍ ଟ୍ରଫି ଜିତିଥିବା ସହ ୨୦୧୦ ଏବଂ ୨୦୧୪ ଚାମ୍ପିଅନ୍ସ ଲିଗ୍ ଟି-୨୦ ମଧ୍ୟ ଜିତିଥିଲେ । ତାଙ୍କର ଏଭଳି ବିଜୟ ଇତିହାସ ସମସ୍ତଙ୍କୁ ଜଣାଥିଲେ ବି ପଡ଼ିଆରେ ଧୋନିଙ୍କ ମୁଣ୍ଡରେ କ’ଣ ଚାଲେ, ତାହା ଏପର୍ଯ୍ୟନ୍ତ କେହି ଜାଣିପାରିନଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଓପନର ଈଶାନ କିଶନ।

Indian Premier League 2022: MS Dhoni Gets His Timing Right One Last Time |  Cricket News
ndtv

ସେ କହିଛନ୍ତି ଯେ, ଧୋନି ଭାଇଙ୍କ ମୁଣ୍ଡ କିପରି କାମ କରେ ତାହା ଜାଣିବାକୁ ମୁଁ ଏବେ ବି ଚେଷ୍ଟା ଜାରି ରଖିଛି। ଥରେ ଆଇପିଏଲ୍ ମ୍ୟାଚ୍ ସମୟରେ ମୁଁ ଭଲ ଖେଳୁଥିଲି ଏବଂ ରନ୍ ପରେ ରନ କରି ଚାଲିଥିଲି। ଠିକ ସେହି ସମୟରେ ଧୋନି ଭାଇ ବୋଲର ପାଖକୁ ଆସି ତାଙ୍କ କାନରେ କିଛି କହିଥିଲେ। ମୁଁ ଶୁଣିବାକୁ ଚେଷ୍ଟା କରି ବି ଶୁଣିପାରିନଥିଲି। ସେ ଯିବା ପରେ ବୋଲରକୁ ଧୋନି ଭୋଇ କ’ଣ କହିଲେ ତାହା ମୁଁ ଭାବିବାକୁ ଲାଗିଲି। ଏହା ପରେ ପରେ ମୋତେ ଆଉଟ୍ ହେବାକୁ ପଡ଼ିଥିଲା। ଆଉଟ୍ ହେବା ପରେ ଧୋନି ଭାଇ ବୋଲରଙ୍କୁ କ’ଣ କହିଲେ, ତାହା ଜାଣିବାକୁ ଚାହିଁ ବି ଜାଣିପାରିନଥିଲି। ଏପର୍ଯ୍ୟନ୍ତ ବି ମୁଁ ତାହା ଜାଣିପାରିନାହିଁ।

ସମ୍ବନ୍ଧିତ ଖବର