ଫେବ୍ରୁଆରୀ ୨୨ରୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ କଟକରେ ଆୟୋଜନ ହେଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ । ଏହାର ପ୍ରଥମ ସିଜନ୍ ପାଇଁ ଇଣ୍ଡିଆନ୍ ଅଏଲ୍ ମୁଖ୍ୟ ପ୍ରାୟୋଜକ ହୋଇଥିବାବେଳେ ଗେଲ୍ ଓ ଓଏନଜିସି ମଧ୍ୟ ଏହାର ସମର୍ଥନ କରୁଛନ୍ତି ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ୧୭ଟି ବିଭାଗ ଯେପରିକି ଆର୍ଚେରୀ, ଆଥ୍ଲେଟିକ୍ସ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକ୍ସିଙ୍ଗ୍, ଫେନ୍ସିଙ୍ଗ୍, ଫୁଟ୍ବଲ, ହକି, ଜୁଡୋ, କବାଡି, ରଗବି, ସନ୍ତରଣ, ଟେବୁଲ ଟେନିସ୍, ଟେନିସ୍, ଭଲିବଲ, ଭାରୋତ୍ତଳନ ଓ କୁସ୍ତି ଆଦି ଖେଳର ଆୟୋଜନ ହେବ । ଏହି ମଲ୍ଟିସ୍ପୋର୍ଟ କାର୍ୟ୍ୟକ୍ରମ ୯ ଦିନ ପାଇଁ ଆୟୋଜିତ ହେବ ଏବଂ ଏଥିରେ ୧୫୯ଟି ୟୁନିଭର୍ସିଟିର ମୋଟ ୩୩୯୯ ଜଣ ଖେଳାଳି ଅଂଶଗ୍ରହଣ କରିବେ ।

ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ରୀଡାର ମୂଲ୍ୟ ବୃଦ୍ଧି କରିବା ଏବଂ କେୟୁଆଇଜି ସହ ମାର୍ଗଦର୍ଶନ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରହିଥିବା ଭାରତ ସରକାରଙ୍କ ଗମ୍ଭୀର ଉଦ୍ଦେଶ୍ୟ ପ୍ରତି ପ୍ରମୁଖ କମ୍ପାନୀଗୁଡିକର ପ୍ରୟୋଜକ ଭାବେ ସାମ୍ନାକୁ ଆସିବା ଏକ ବଡ ପ୍ରମାଣ ସଦୃଶ । ସେହିପରି ଭାରତର ପ୍ରମୁଖ କ୍ରୀଡ଼ା ପ୍ରସାରଣକାରୀ ଷ୍ଟାର ସ୍ପୋର୍ଟସ୍, ଖେଲୋ ଇଣ୍ଡିଆ ସହ ସହଭାଗିତା ଜାରି ରଖିବା ସହ ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରସାରଣ କରିବ ।

ସମ୍ବନ୍ଧିତ ଖବର