କିଟ୍‌ ପୁରୁଷ ଓ ମହିଳା ରଗ୍‌ବି ଦଳ ସେମିରେ: ବିଜୟରୁ ମହିଳା ଟେନିସ ଦଳର ଅଭିଯାନ

ଭୁବନେଶ୍ବର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ରଗ୍‌ବି ଇଭେଣ୍ଟ୍‌ରେ କିଟ୍‌ର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ନିଜ ନିଜର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ପୁରୁଷ ଓ ମହିଳା ଦଳ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟର ଉଭୟ ଦଳକୁ ଯଥାକ୍ରମେ ୪୦-୦ ଓ ୩୬-୫ରେ ହରାଇ ଦେଇଥିଲେ। ପୂର୍ବରୁ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଜିତିଥିବା କିଟ୍‌ର ପୁରୁଷ ଓ ମହିଳା ଦଳ ଅପରାଜେୟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ।

କ୍ବାର୍ଟରଫାଇନାଲ୍‌ରେ ପୁରୁଷ ଦଳ ୨୨-୫ରେ ୟୁନିଭରସିଟି ଅଫ୍‌ କାଲିକଟକୁ ଏବଂ ମହିଳା ଦଳ ୨୦-୦ରେ କିସ୍‌ ବିଶ୍ବବିଦ୍ୟାଳୟକୁ ହରାଇଥିଲେ। ସେମିଫାଇନାଲ୍‌ରେ ପୁରୁଷ ଦଳ ଲଭଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ, ପଞ୍ଜାବକୁ ଏବଂ ମହିଳା ଦଳ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟକୁ ଭେଟିବ। ଟେନିସ୍‌ରେ କିଟ୍‌ ମହିଳା ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟକୁ ହରାଇ ଅଭିଯାନ ଆରମ୍ଭ କରିଛି। ମହିଳା ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୦-୨ରେ ଅମୃତସରର ଜିଏନ୍‌ଡିୟୁଠୁ ହାରି ଯାଇଛି।

ସମ୍ବନ୍ଧିତ ଖବର