କେନ୍ କମାଲ

ନ୍ୟୁଜିଲାଣ୍ଡ୍ ଦଳର ଅଧିନାୟକ ତଥା ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ କେନ୍ ୱିଲିୟମସନ୍ ଅତ୍ୟନ୍ତ ଦାୟିତ୍ବର ସହ ଖେଳିଥିଲେ। ପରିସ୍ଥିତି ଓ ପରିବେଶ ଅନୁସାରେ ଦଳର ଆବଶ୍ୟକତାକୁ ଭଲଭାବେ ବୁଝିଥିବାରୁ ପ୍ରଥମରୁ ବଡ଼ ରନ୍ ପାଇଁ ଯାଉନଥିଲେ। ଫଳରେ ହେନରି ନିକଲ୍ସ ଏବଂ ରସ୍ ଟେଲରଙ୍କ ସହ ଦୁଇଟି ଅର୍ଧଶତକୀୟ ଭାଗୀଦାରି କରିଥିଲେ। ନିକଲ୍ସଙ୍କ ସହିତ ଦ୍ବିତୀୟ ୱିକେଟ୍‌ ପାଇଁ ୧୪.୫ ଓଭରରେ ୬୮ ରନ୍ ଏବଂ ଟେଲରଙ୍କ ସହିତ ୧୭ ଓଭରରେ ୬୫ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍‌କୁ ଦୃଢ଼ ମୂଳଦୁଆ ଦେଇଥିଲେ। ନିକଲ୍ସ (୨୮, ୫୧ ବଲ)ଙ୍କୁ ରବୀନ୍ଦ୍ର ଜାଦେଜା ନିଜ ଟର୍ନରେ ପରାସ୍ତ କରିବା ପରେ ତାଙ୍କ ମଝି ଷ୍ଟମ୍ପ୍ ଉଡ଼ିଯାଇଥିଲା। ୱିଲିୟମସନ୍ (୬୭, ୯୫ ବଲ) କିନ୍ତୁ ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇ ଆଗକୁ ବଢ଼ି ପାରିନଥିଲେ। ତାଙ୍କ ୱିକେଟ୍ ପତନ ବେଳକୁ ନ୍ୟୁଜିଲାଣ୍ଡ୍‌ ୩୬ତମ ଓଭରରେ ୧୩୪/୩ରେ ରହିଥିଲା। ନ୍ୟୁଜିଲାଣ୍ଡ୍ ପାଳିର ରନ୍ ହାରକୁ କିନ୍ତୁ ଭାରତୀୟ ବୋଲର ନିୟନ୍ତ୍ରଣରେ ରଖିଥିଲେ। ୱିଲିୟମ୍‌ସନ୍ କିନ୍ତୁ ନିଜ ଅର୍ଧଶତକୀୟ ପାଳି ସହିତ ଚଳିତ ବିଶ୍ବକପ୍‌ରେ ପ୍ରଥମ ନ୍ୟୁଜିଲାଣ୍ଡ୍ ଖେଳାଳି ଏବଂ ବିଶ୍ବର ଷଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ୫୦୦ ରନ୍ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର