ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଚମ୍ଭିତ କରି ଦେଇଥିଲେ। ଏହାପର ଠାରୁ ରିଙ୍କୁଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି। କ୍ରିକେଟ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଥୀ କ୍ରିକେଟର, ଶାହାରୁଖ ଖାନ, ସୁହାନ ଖାନ ଓ ଆର୍ଯ୍ୟନ ଖାନଙ୍କ ସମେତ ଅନେକ ନାମୀଦାମୀ ଲୋକେ ରିଙ୍କୁଙ୍କ ଖେଳକୁ ଦେଖି ପ୍ରଶଂସାରେ ପୋତି ପକାଇଛନ୍ତି। ଏହି କ୍ରମରେ ରିଙ୍କୁଙ୍କ ଖେଳ ଦେଖି ଫିଦା ‌ହୋଇ ଜଣେ ଆଡଲ୍ଟ ସିନେ ଷ୍ଟାର କ୍ରିକେଟରଙ୍କ ସହ ଇଡିଟିଂ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଆଡଲ୍ଟ ସିନେ ଷ୍ଟାର କେଣ୍ଡ୍ରା ଲଷ୍ଟ ତାଙ୍କ ଟୁଇଟର ଆକାଉଣ୍ଟରେ କ୍ରିକେଟର ରିଙ୍କୁଙ୍କ ସହିତ ତାଙ୍କର ଏକ ଏଡିଟିଂ ଫଟୋ ପୋଷ୍ଟ କରିଛନ୍ତି। ଏଥିସହିତ ଲେଖିଛନ୍ତି, ‘କ୍ରିକେଟର ରିଙ୍କୁ ହେଉଛନ୍ତି ଜଣେ ରାଜା’।

ତେବେ ରିଙ୍କୁ ସିଂହ ପ୍ରଥମ କ୍ରିକେଟ ଖେଳାଳି ନୁହେଁ ଯିଏକି ଆଡଲ୍ଟ ସିନେ ଷ୍ଟାରଙ୍କ ଦୃଷ୍ଟି ଗୋଚରକୁ ଆସିଛନ୍ତି। ରିଙ୍କୁଙ୍କ ପୂର୍ବରୁ କେଣ୍ଡ୍ରା କ୍ରିକେଟର ମହମ୍ମଦ ସାମିଙ୍କର ଖେଳକୁ ଦେଖି ବେଶ ପ୍ରଶଂସା କରିବା ସହିତ ତାଙ୍କୁ ଖୁବଶୀଘ୍ର ଭେଟିବାକୁ ଇଚ୍ଛା ରଖିଥିବା କହିଥିଲେ।