ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଲୋକପ୍ରିୟତା ଯୋଗୁଁ ଚାରିଆଡ଼ୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ। କୋହଲି ଯାହାବି କରିଥାନ୍ତି, ତାହା ସବୁବେଳେ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଏ। ଏପରିକି ପଡ଼ିଆରେ ଯଦି ସେ ଫୁଟ୍ବଲ୍ ଖେଳୁଥାନ୍ତି, ତାହାକୁ ନେଇ ବି ଆଲୋଚନା ଆରମ୍ଭ ହୋଇଯାଉଛି। କାରଣ ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଭ୍ୟାସ ବେଳେ ଫୁଟ୍ବଲ୍ ଖେଳୁଥିବାର ଏକ ଫଟୋ କୋହଲି ଇନ୍ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏହାକୁ ଦେଖବା ପରେ ଇଂଲଣ୍ଡର ତାରକା ଫୁଟ୍ବଲ୍ ଖେଳାଳି ହାରି କେନ୍, କୋହଲିଙ୍କ ଏଭଳି ଦକ୍ଷତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। କେନ୍ଙ୍କ ପ୍ରଶଂସା କରିବାର କିଛି ଦିନ ପରେ କୋହଲି ମଧ୍ୟ ଏହି ଫୁଟ୍ବଲର୍ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। କେନ୍ ଯେଉଁଭଳି ଭାବେ କୋହଲିଙ୍କ ଶୈଳୀକୁ ନିରୀକ୍ଷଣ କରିଛନ୍ତି ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଆର୍ସିବିର ମାନସ୍ତତ୍ତ୍ବ ପ୍ରଶିକ୍ଷକ ଶଙ୍କର ବାସୁ କହିଛନ୍ତି ଯେ, କୋହଲି ପୂର୍ବାପେକ୍ଷା ଅଧିକ ଭଲ ଭାବେ ପୁଣି ଥରେ କ୍ରିକେଟ୍କୁ ଫେରିଛନ୍ତି। ସେ ଏବେ ତାଙ୍କର ଶ୍ରେଷ୍ଠ ସମୟରେ ଅଛନ୍ତି। ତାଲାବନ୍ଦ ସମୟରେ ମିଳିଥିବା ବିରତିକୁ ଏକ ସୁଯୋଗ ଭାବେ କୋହଲି ଗ୍ରହଣ କରିଥିବା ବାସୁ ଏକ ସାକ୍ଷାତକାରରେ କହିଛନ୍ତି।
କୋହଲିଙ୍କ ଫୁଟ୍ବଲ୍ ଦକ୍ଷତାକୁ କେନ୍ଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2020/09/fhsfhs7fh987sfh987hfhsfhssfhsfhfhf.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)