କୋଲ୍କାତା: ଗତଥରର ବିଜେତା ବେଙ୍ଗଲ୍କୁ ପରାସ୍ତ କରି କେରଳ ସନ୍ତୋଷ ଟ୍ରଫି ଫୁଟ୍ବଲ୍ ପ୍ରତିଯୋଗିତାର ୭୨ତମ ସଂସ୍କରଣର ବିଜେତା ହୋଇଛି। ରବିବାର କୋଲ୍କାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଖେଳା ଯାଇଥିବା ଫାଇନାଲ୍ରେ କେରଳ ୪-୨ ପେନାଲ୍ଟିରେ ବେଙ୍ଗଲକୁ ପରାସ୍ତ କରିଥିଲା। ମ୍ୟାଚ୍ର ୧୯ତମ ମିନିଟ୍ରେ ଏମ୍ଏସ୍ ଜତିନ୍ ଗୋଲ୍ ଦେଇ ବେଙ୍ଗଲକୁ ୧-୦ରେ ଅଗ୍ରଣୀ କରିଥିଲେ। ବେଙ୍ଗଲ ପକ୍ଷରୁ ଜିତେନ୍ ମୁର୍ମୁ (୬୮ ମିନିଟ୍) ଏହି ଗୋଲଟିକୁ ଶୁଝି ଦେବାରୁ ମ୍ୟାଚ୍ ନିର୍ଧାରିତ ସମୟରେ ୧-୧ରେ ଅମୀମାଂସିତ ରହିଥିଲା। ଫଳାଫଳ ଲାଗି ଅତିରିକ୍ତ ସମୟ ନିଆଯାଇଥିଲା। ଏଥିରେ ବେଙ୍ଗଲ ପକ୍ଷରୁ ରାଜନ ବର୍ମା ଏବଂ କେରଳ ପକ୍ଷରୁ ଭିବିନ ଥୋମାସ ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ଫଳାଫଳ ବାହାରି ପାରି ନଥିଲା। ଶେଷରେ ପେନାଲ୍ଟିର ସହଯୋଗ ନିଆ ଯାଇଥିଲା। ଏଥିରେ କେରଳ ବାଜି ମାରି ୧୩ ବର୍ଷ ପରେ ପ୍ରଥମ ତଥା ମୋଟ ଷଷ୍ଠ ଥର ଲାଗି ସନ୍ତୋଷ ଟ୍ରଫି ନିଜ ନାମରେ କରିଥିଲା। ଶେଷ ଥର ପାଇଁ ୨୦୦୪ରେ ପଞ୍ଜାବକୁ ୩-୨ ଅତିରିକ୍ତ ସମୟ ଗୋଲ୍ ବଳରେ ହରାଇ କେରଳ ଟ୍ରଫି ଜିତିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp