କେରଳକୁ ହରାଇ ଗୋଆ ଯୁଗ୍ମ ଶୀର୍ଷରେ

ଫେରାନ୍‌ଙ୍କ ଲଗାତାର ହ୍ୟାଟ୍ରିକ୍‌

ଫତୋର୍ଦା: ଫେରାନ୍‌ କୋରୋମିନାସଙ୍କ ଲଗାତାର ଦ୍ୱିତୀୟ ହ୍ୟାଟ୍ରିକ୍‌ ବଳରେ ଗୋଆ ଏଫ୍‌ସି ଦଳ ଶନିବାର ୫-୨ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ବେଙ୍ଗାଲୁରୁ ଏଫ୍‌ସି ସହ ଯୋଗ ଦେଇଛି। କେରଳ ପାଇଁ ମାର୍କ ସିଫନୋସ୍‌ ପ୍ରଥମ ଗୋଲ୍‌ ଦେଇଥିଲେ। ତେବେ କୋରୋମିନାସଙ୍କ ହ୍ୟାଟ୍ରିକ୍‌ କେରଳକୁ ପରାସ୍ତ ପାଇଁ ଯଥେଷ୍ଟ ହୋଇଥିଲା। ମାନୁଏଲ୍‌ ଲଞ୍ଜାରୋଟ୍‌ ଦୁଇଟି ଗୋଲ୍‌ ଦେଇ କେରଳକୁ ପାଣି ପିଆଇଥିଲେ। କେରଳ ପାଇଁ ଜ୍ୟାକିଚାନ୍ଦ ସିଂହ ଅନ୍ୟ ଗୋଲଟି ଦେଇଥିଲେ। ଉଭୟ ବେଙ୍ଗାଲୁରୁ ଏବଂ ଗୋଆ ସମାନ ୯ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ଗୋଲ୍‌ ବ୍ୟବଧାନ ଲାଗି ବେଙ୍ଗାଲୁରୁ ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର