କେଟି ଗ୍ଲୋବାଲ ସ୍କୁଲ ଟେନିସ: ସାଇ ସ୍ବସ୍ତିକ, ଲଳିତ, ଅଦିତି ବିଜେତା

ଭୁବେନଶ୍ବର: ଓଡ଼ିଶା ଟେନିସ୍ ସଂଘ (ଓଟିଏ) ଏବଂ ଆଇଆଇଜି‌ ସ୍ପୋର୍ଟସ ଏକାଡେମି ପକ୍ଷରୁ ଖୋର୍ଦ୍ଧାରେ କେଟି ଗ୍ଲୋବାଲ ସ୍କୁଲ ଟେନିସ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସାଇ ସ୍ବସ୍ତିକ ମହାନ୍ତି, ଲଳିତ ଟୁଡ଼ୁ ଏବଂ ଅଦିତି ରୟ ବିଜେତା ହୋଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ବର୍ଗ ଫାଇନାଲ୍‌ରେ ସାଇ ସ୍ବସ୍ତିକ ୬-୦, ୬-୦ ସେଟ୍‌ରେ ଜଗତ ଜ୍ୟୋତି ପତିଙ୍କୁ, ୧୬ ବର୍ଷରୁ କମ୍‌ ବାଳକରେ ଲଳିତ ୬-୨, ୭-୫ ସେଟ୍‌ରେ ଶୁଭ୍ରନିଲ ବର୍ମାଙ୍କୁ ଏବଂ ୧୬ ବର୍ଷରୁ କମ୍‌ ବାଳିକାରେ ଅଦିତି ୬-୦, ୬-୧ ସେଟ୍‌ରେ ପୂର୍ବିକା ଚୌଧୁରୀଙ୍କୁ ହରାଇଥିଲେ। ବିଜେତା ଓ ଉପବିଜେତାଙ୍କ ସହ ଏହି ୩ ବର୍ଗର ସେମିଫାଇନାଲ୍‌ରେ ପହଞ୍ଚିଥିବା ଆହାନ ମିଶ୍ର, ଦର୍ଶ ମୋଦୀ, ସପ୍ତପୂର୍ଣ୍ଣ ଜେନା, ଆନିକେତ ସାହୁ, ତୁହିନା ରୟ ଓ ଆୟୁଷୀ ଦାଶ ମଧ୍ୟ ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଓଟିଏ ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଞ୍ଜୀବ ପଣ୍ଡା, ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର