ହିନ୍ଦୀରେ କେପିଙ୍କ କରୋନା ବାର୍ତ୍ତା

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ବ୍ୟାଟସ୍‌ମ୍ୟାନ୍ କେଭିନ୍ ପିଟରସନ୍‌ ହିନ୍ଦୀ ଭାଷାରେ କରୋନା ସଚେତନତା ବାର୍ତା ଦେଇ ପ୍ରଶଂସା ସାଉଁଟିଛନ୍ତି। ଟ୍ବିଟର୍‌ରେ ସେ ହିନ୍ଦୀରେ ଯେଉଁ ବାର୍ତା ଦେଇଛନ୍ତି ତାହାର ଓଡ଼ିଆ ଅନୁବାଦ ହେଉଛି ଏହି ଭଳି। ‘ଭାରତ ନମସ୍କାର। ଆମେ ସମସ୍ତେ କରୋନା ଭୂତାଣୁକୁ ହରାଇବାକୁ ଏକଠି ରହିଛୁ, ସମସ୍ତେ ନିଜ ନିଜ ସରକାରଙ୍କ କଥାକୁ ପାଳନ କରିବା ଏବଂ ଘରେ କିଛି ଦିନ ପାଇଁ ରହିବା, ଏହା ହେଉଛି ସତର୍କ ରହିବାର ସମୟ। ସମସ୍ତଙ୍କୁ ବହୁତ ବହୁତ ଭଲ ପାଇବା’’। ଶେଷରେ ପିଟରସନ୍‌ ବେଙ୍ଗଲର କ୍ରିକେଟ୍ ଖେଳାଳି ଶ୍ରୀବତ୍ସ ଗୋସ୍ବାମୀଙ୍କୁ ନିଜ ହିନ୍ଦୀ ଶିକ୍ଷକ ବୋଲି ଦର୍ଶାଇଛନ୍ତି। ପିଟରସନ୍‌ଙ୍କ ଏହି ଟ୍ବିଟ୍‌କୁ ୬୮ ହଜାରରୁ ଅଧିକ ପସନ୍ଦ କରିଛନ୍ତି। ୧୩ ହଜାରରୁ ଅଧିକ ଥର ରିଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର