ଭୁବନେଶ୍ବର: ଯ‌ାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ୍‌ଠାରେ ଆୟାଜିତ ପ୍ରଥମ ଖଗେଶ୍ବର ବେଉରିଆ ସ୍ମାରକୀ ନିଖିଳ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୀର ରାଜେଶ ନାୟକ (୬.୫) ବିଜେତା ଏବଂ ସାମନ ୬.୫ ପଏଣ୍ଟ ପାଇ କଟକର ହର୍ଷିତ ରଂଜନ ସାହୁ ଉପବିଜେତା ହୋଇଥିଲେ। ରାଜେଶ ଓ ହର୍ଷିତ ଯଥାକ୍ରମେ ୧୫ ଓ ୮ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପାଇଥିଲେ। ଶ୍ରୀୟାଂଶ ଦାସ, କୌସ୍ତୁବ ଦାଶ, ନିଲଶୁ ପଟ୍ଟନାୟକ (ସମସ୍ତେ ୬ ପଏଣ୍ଟ), ଶ୍ରୀହାନ ସାବତ, ଫକିର ମାଝି, ସୂର୍ଯ୍ୟପ୍ରଞ୍ଜଳ ଈନ୍ଦ୍ରଜିତ, ସାଜନ କୁମାର ନାୟକ (ସମସ୍ତେ ୫.୫ ପଏଣ୍ଟ), ତପନ ବଡ଼ମୁଣ୍ଡି, ଦେବୀ ପ୍ରସାଦ ନାୟକ, ସୂରଜ କୁମାର ମହାରଣା, ଦାଶରଥୀ ସାହୁ, ସତ୍ୟମ ସର୍ବଜିତ ମିଶ୍ର, ଲଳିତ ରଂଜନ ସାହୁ (ସମସ୍ତେ ୫ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ପଞ୍ଚଦଶତମ ସ୍ଥାନରେ ରହି ପୁରସ୍କାର ରାଶି ସହ ଟ୍ରଫି ପାଇଥିଲେ।

Advertisment

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ସୁବାଶିଷ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଭବେଶ ମହାନ୍ତି, କେନ୍ଦୁଝର ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଅମର ମହାନ୍ତି ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘ କାର୍ଯକାରୀ କମିଟି ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ସର୍ବଭାରତୀୟ ଚେସ୍‌ ମହାସଂଘ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ନିର୍ଦେଶକ ସତ୍ୟ ରଂଜନ ପଟ୍ଟନାୟକ, ଗୁରୁକୁଳ ପବ୍ଲିକ ସ୍କୁଲ ସାଭପତି ଅଭୟ କୁମାର ଜେନା, ସିଇଓ ପ୍ରବୀର କର ଏବଂ ଯାଜପୁର ୟୁନାଇଟେଡ୍‌ ଚେସ୍‌ ସଂଘ ସଭାପତି ଚୈତନ୍ୟ ଚରଣ ବିଶୋଇ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।