ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ ଚର୍ଚ୍ଚାରେ ଯୁବ କ୍ରିକେଟ୍‌ର ଖଲିଲ୍‌ ଅହମ୍ମଦ

ଅକ୍‌ଲାଣ୍ଡ: ନିଉଜିଲାଣ୍ଡ୍‌ର ଅକ୍‌ଲାଣ୍ଡଠାରେ ୭ ଓ୍ଵିକେଟ୍‌ରେ ଭାରତ ନିଉଜିଲାଣ୍ଡ୍‌କୁ ହରାଇବା ପରେ ଶୁକ୍ରବାର ପୋଷ୍ଟ୍‍ ମ୍ୟାଚ୍‌ ସମ୍ମିଳନୀରେ ଗଣମାଧ୍ୟମରେ ବାଇଟ୍‌ ଦେବା ବେଳେ ସମାନ୍ୟ ଭୟଭୀତ ହୋଇ ଯାଇଥିଲେ ଭାରତୀୟ ଯୁବ କ୍ରିକେଟର୍‌ ଖଲିଲ୍‌ ଅହମ୍ମଦ। ମାତ୍ର ୬ ମାସ ତଳେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଏହି ୨୧ ବର୍ଷିଅ ଖେଳାଳିଙ୍କ ପାଇଁ ଏହା ଅବଶ୍ୟ ଏକ ସ୍ୱାଭାବିକ କଥା। ହେଲେ ତାଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନର ସେ ବେଶ୍‌ ଚତୁରତା ଅବଲମ୍ବନ କରି ମଜାକିଆ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି।

ଖଲିଲଙ୍କୁ ପଚରା ଯାଇଥିବା ଅନେକ ପ୍ରଶ୍ନ ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ତୃତୀୟ ଦିନିକଆ ଖେଳ ଖେଳି ସାରି ଖେଳରୁ କିଛି ଦିନ ପାଇଁ ବିରତି ନେଇଥିବା ବିରାଟ କୋହଲିଙ୍କ ପାଇଁ। ତାଙ୍କୁ ପଚରା ଗଲା କି ‘ଟିମ୍‌କୁ ବିରାଟ କୋହଲିଙ୍କ ଅଭାବ ଅନୁଭବ ହେଉଛି କି?’ ଏହି ପ୍ରଶ୍ନର ଉତ୍ତର ନ ଦେଇ ସେ କହିଥିଲେ, ‘ପଚାରନ୍ତୁ ନାହିଁ। ଦୟାକରି ପରବର୍ତ୍ତି ପ୍ରଶ୍ନ ପଚାରନ୍ତୁ।’ ଏହି ଗୋଟିଏ ପ୍ରଶ୍ନକୁ ଏଡ଼େଇ ଯିବା ପରେ ଖଲିଲଙ୍କ ଚତୁରତାକୁ ନେଇ ସମସ୍ତେ ଗପ ବନେଇବା ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର