ଲୁଧିଆନା: ଜଣେ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ଥାପଡ଼ ମାରି ଆଡୁଆରେ ପଡ଼ିଛନ୍ତି ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ କୁସ୍ତିଯୋଦ୍ଧା ଦ ଗ୍ରେଟ୍ ଖଲି। ଦଲିପ ସିଂହ ରାଣା ମୂଳନାମଧାରୀ ଖଲି ଜଳନ୍ଧରଠାରୁ ହରିୟାଣାର କର୍ଣ୍ଣଲ ଅଭିମୁଖେ ଯାଉଥିବା ବେଳେ ଲୋଥୋୱାଲ୍ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ଅବସରରେ ଖଲି ତାଙ୍କୁ ଥାପଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଭାଇରାଲ୍ ହୋଇଥିବା ଭିଡିଓରେ ଖଲି କେବଳ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଖଲି କିନ୍ତୁ ପାଲଟା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଟୋଲ୍ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଟୋଲ ପ୍ଲାଜାର ଠିକାଦାର ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଖଲି ଦାବି କରିଛନ୍ତି। ସେ କର୍ମଚାରୀ ଜଣଙ୍କ ମୋତେ ବ୍ଲାକମେଲ କରିବାକୁ ଚେଷ୍ଟା କରୁଥିଲେ ବୋଲି ଖଲି ପ୍ରକାଶ କରିଛନ୍ତି। ଘଟଣା ସମୟରେ ଖଲିଙ୍କ ଯାନ ଆଗରେ ପ୍ଲାଜା କର୍ମଚାରୀ ବ୍ୟାରିକେଡ୍ କରି ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସିଯାଇଥିଲେ।
ଟୋଲ୍ କର୍ମଚାରୀଙ୍କୁ ଥାପଡ଼ ମାରିଲେ ଖଲି
/sambad/media/post_attachments/wp-content/uploads/2022/07/gjgdjgdj4gd65j45g6dj4g65d4j65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)