ଖେଳରତ୍ନ ଓ ଅର୍ଜୁନ ପୁରସ୍କାରର ମିଶ୍ରଣ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶର ସମସ୍ତ ପ୍ରକାର ପୁରସ୍କାରକୁ ବ୍ୟବସ୍ଥିତ, ଶୃଙ୍ଖଳିତ ତଥା ରୂପାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୋଜନା କରୁଛି। ଏହି କ୍ରମରେ ଦେଶରେ ପ୍ରଚଳିତ ଥିବା ଦୁଇ ଶ୍ରେଣୀୟ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ଏବଂ ‘ଅର୍ଜୁନ ପୁରସ୍କାର’କୁ ମିଶ୍ରଣ କରି ଗୋଟିଏ କରିବାକୁ ବିଚାର କରୁଛି। ‌ଏହାର ଜବାବରେ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏଥିରେ ସହମତି ହେବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ତେବେ ୨୦୨୦ ମସିହା ଭଳି ୨୦୨୧ ମସିହାର ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପ୍ରକାଶ କରିଛି। ବିଗତବର୍ଷ ଗୁଡ଼ିକରେ ନିୟମାବଳୀ ନିର୍ଧାରିତ ସଂଖ୍ୟାଠାରୁ ଅଧିକ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ମଧ୍ୟ ବିଭାଗ ପ୍ରକାଶ କରିଛି। ନିୟମାବଳୀ ଅନୁସାରେ ସମସ୍ତ ୬ ବର୍ଗରେ ମୋଟ ୩୨ ଜଣ ପୁରସ୍କାର ପାଇବା କଥା କିନ୍ତୁ ଗତବର୍ଷ ଅପ୍ରତ୍ୟାଶିତ ଭାବେ ୭୪ ଜଣଙ୍କୁ ପ୍ରଦାନ କରାଯାଇଥିଲା। ଅଲିମ୍ପିକ୍ସକୁ ନଜରରେ ରଖି ଅଧିକ ଖେଳାଳିଙ୍କୁ ଉତ୍ସାହିତ କରାଯାଇଥିଲା। ଦଳଗତ ବର୍ଗରେ ଏକ ନୂଆ ପୁରସ୍କାର ପାଇଁ ମଧ୍ୟ ମନ୍ତ୍ରଣାଳୟ ବିଚାର କରୁଛି। ଗୃହମନ୍ତ୍ରଣାଳୟ ମଧ୍ୟ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଓ ମୌଲାନା ଅବଦୁଲ କାଲାମ ଟ୍ରଫି ସମ୍ମାନକୁ ମିଶାଇ ଗୋଟିଏ କରିବା ଯୋଜନା ରଖିଛି। କ୍ରୀଡ଼ା ମନ୍ତ୍ରଣାଳୟ କିନ୍ତୁ ଏହା ସପକ୍ଷରେ ନାହିଁ।

ସମ୍ବନ୍ଧିତ ଖବର