ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାକୁ ବୁଧବାର ମିଳିଛି ଏକାଥରକେ ତିନିଟି ବଡ଼ ଖୁସି ଖବର। ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଥିବା ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ ହୋଇଥିବା ୧୧ ଜଣ କ୍ରୀଡ଼ା ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିଭଳି ସମ୍ମାନଜନକ ଅର୍ଜୁନ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ଟୋକିଓରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ସଫଳ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ଅଛନ୍ତି। ଯାହା ଓଡ଼ିଶା ପାଇଁ ଏକ ଐତିହାସିକ ଘଟଣା। କାରଣ ପ୍ରଥମ ଥର ପାଇଁ ଓଡ଼ିଶାକୁ ଏକାଥରକେ ତିନିଟି ଜାତୀୟ କ୍ରୀଡ଼ା ପୁରସ୍କାର ଆସିବାକୁ ଯାଉଛି। ପୂର୍ବରୁ କେବେବି ଗୋଟିଏ ବର୍ଷରେ ଓଡ଼ିଶା ଖେଳାଳିଙ୍କୁ ଖେଳରତ୍ନ ସହ ଦୁଇଟି ଅର୍ଜୁନ ପୁରସ୍କାର ମିଳି ନଥିଲା। ସେଥିପାଇଁ ବୁଧବାର ରାଜ୍ୟ କ୍ରୀଡ଼ାରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ତା ସହ ସମଗ୍ର ରାଜ୍ୟରେ ଖୁସିର ଲହରି ବି ଖେଳି ଯାଇଛି। ତିନିଜଣଯାକଙ୍କୁ ଏଥିଲାଗି ଚାରିଆଡ଼କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳରତ୍ନ ହେବେ। ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି।
ପ୍ରମୋଦ ପାଇବେ ଖେଳରତ୍ନ!
/sambad/media/post_attachments/wp-content/uploads/2021/09/Gold-medalist-Pramod-Bhagat-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)