ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ ପୂର୍ବାଞ୍ଚଳ ସମିତିରେ ରାଜେଶ, ଆଶିଷ, ଗୌରୀ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ ପୂର୍ବାଞ୍ଚଳ ସମିତିର ସଦସ୍ୟ ଭାବେ କିସ୍‌ ଓ କିଟ୍‌ର ପ୍ରଶିକ୍ଷକ ରାଜେଶ ହାସ୍‌ଦାକ୍‌ (ତୀରନ୍ଦାଜି) ଏବଂ ଆଶିଷ ନାୟକ ଓ ଗୌରୀ ମହାନ୍ତି (ବନ୍ଧୁକଚାଳନା) ସାମିଲ ହୋଇଛନ୍ତି। ପୂର୍ବାଞ୍ଚଳ ତୀରନ୍ଦାଜିରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ରାଜ୍ୟ ରହିଛନ୍ତି। ସେହିପରି ଓଡ଼ିଶା ସହ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଆଣ୍ଡାମାନ ଓ ନିକୋବର ଏବଂ ଝାଡ଼ଖଣ୍ଡ ପୂର୍ବାଞ୍ଚଳ ବନ୍ଧୁକଚଳାନା ଜୋନ୍‌ରେ ରହିଛନ୍ତି। ଚୟନ ସମିତି ତୃଣମୂଳସ୍ତରରୁ ପ୍ରତିଭା ଅନ୍ବେଷଣ କରି ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ କରିବେ। ରାଜେଶଙ୍କ ଏହି ସଫଳତା ଲାଗି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଆଶିଷ ଓ ଗୌରୀଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ରାଇଫଲ ସଂଘ ଶୁଭେଚ୍ଛା ଜଣାଇଛି। ଗୌରୀ ଓ ଆଶିଷଙ୍କ ସାମିଲ ସଂପର୍କରେ ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ହାଇପର୍ଫମାନ୍‌ସ ଡାଇ‌ରେକ୍ଟର ଡଃ ଏସ୍‌ଏସ୍‌ ରାୟ ଜଣାଇଛନ୍ତି। ଉଭୟ ଗୌରୀ ଓ ଆଶିଷ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାର ଶ୍ରେଷ୍ଠ ସୁଟର ଆଖ୍ୟା ପାଇଛନ୍ତି।

ସମ୍ବନ୍ଧିତ ଖବର