ଖେଲୋ ଇଣ୍ଡିଆ:ହକିରେ ଓଡ଼ିଶା ବିଜୟୀ

କଟକ: ମୁମ୍ବାଇରେ ଖେଲୋ ଇଣ୍ତିଆ ହକିରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩-୧ ଗୋଲ୍‌ରେ ଉତ୍ତରପ୍ରଦେଶକୁ ହରାଇଛି। ସପ୍ତମ ମିନିଟ୍‌ରେ ପ୍ରଶାନ୍ତ ଲାକ୍ରା ପ୍ରଥମ ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ୩୯ ଓ ୪୩ ମିନିଟ୍‌ରେ ସୁଦୀପ ମିଞ୍ଜ ଓ ଦୀପକ ଏକ୍କା ଆଉ ଦୁଇଟି ଗୋଲ୍‌ ଦେଇ ଉତ୍ତରପ୍ରଦେଶକୁ ଚାପରେ ରଖିଥିଲେ। ୫୫ ମିନିଟ୍‌ରେ ଉତ୍ତରପ୍ରଦେଶ ପାଇଁ ଅଜୟ ଯାଦବ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହି ବିଜୟ ପାଇଁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର