କଟକ: ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶାକୁ ଆଉ ଏକ ପଦକ ମିଳିଛି। ୨୧ ବର୍ଷରୁ କମ୍ ବାଳିକା ୬୦ କିଲୋମିଟର ସାଇକେଲ ଚାଳନାରେ ସ୍ବସ୍ତି ସି˚ହ (୨ ଘଣ୍ଟା ୧୧:୫୨.୨୧ ସେକେଣ୍ଡ) ରୌପ୍ୟ ପଦକ ଜିତିଛନ୍ତି। ଫଳରେ ଓଡ଼ିଶାର ମୋଟ ପଦକ ସ˚ଖ୍ୟା ୪ରେ ପହଞ୍ଚିଛି। ଏହି ଇଭେଣ୍ଟ୍ରେ ଆସାମର ଗଙ୍ଗୋତ୍ରୀ ବର୍ଦୋଲୋଇ (୨ ଘଣ୍ଟା ୧୧:୫୨.୧୬ ସେକେଣ୍ଡ) ସ୍ବର୍ଣ୍ଣ ଓ ଚୟନିକା ଗୋଗୋଇ (୨ ଘଣ୍ଟା ୧୧:୫୨.୩୧ ସେକେଣ୍ଡ) କା˚ସ୍ୟ ପଦକ ଜିତିଛନ୍ତି। ୨୧ ବର୍ଷରୁ କମ୍ ବାଳକ ୧୦୦ କିଲୋମିଟର ସାଇକେଲ ଚାଳନାରେ ରବିବାରର ସ୍ବର୍ଣ୍ଣ ବିଜେତା ଦିନେଶ କୁମାର ୨ ଘଣ୍ଟା ୩୪:୧୬.୬୨୨ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଥିଲେ। ପ୍ରଥମ ଦୁଇ ଦିନରେ ଜିମ୍ନାଷ୍ଟିକ୍କୁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିଲା। ଏହି ସଫଳତା ଲାଗି ସ୍ବସ୍ତିଙ୍କୁ ତାଙ୍କ ପ୍ରଶିକ୍ଷକ ସୁଶୀଲ ଦାସ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ କାନୋଇ˚ରେ ଓଡ଼ିଶାକୁ ୨ ପଦକ
କଟକ: ଭୋପାଳରେ ଆରମ୍ଭ ହୋଇଥିବା ୩୦ତମ ଜାତୀୟ କାୟାକି˚ ଓ କାନୋଇ˚ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୨ ପଦକ ମିଳିଛି। ୧୦୦୦ ମିଟର୍ ମହିଳା କେ-୪ ଇଭେଣ୍ଟରେ ଓଡ଼ିଶାର ଓନମ ବିଦ୍ୟାଦେବୀ, ମୀନା ମାଧୁରୀ ଟୋପ୍ପୋ, ଫୁଲମଣୀ ଏକ୍କା,ଏଲିନ୍ ଆଲରିକା ଟପ୍ପୋ ରୌପ୍ୟ ପଦକ ଏବଂ ଆର୍ଷି ଦେବୀ, ସଚିମା କେର୍କେଟା, ନେହା ଦେବୀ, ରଶ୍ମିତା ସାହୁଙ୍କ ଯୋଡ଼ି କା˚ସ୍ୟ ଜିତିଛନ୍ତି। ୧୬ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ।