ଭୁବନେଶ୍ବର: ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ମହିଳା ସାଇକ୍ଲିଂରେ ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲରେ ଉପବିଜେତା ହୋଇଛନ୍ତି। ସ୍ବସ୍ତି ୨୧ ବର୍ଷରୁ କମ୍ ୩,୦୦୦ ମିଟର ବ୍ୟକ୍ତିଗତ ପର୍ସୁଟ ଏବଂ ୭.୫ କିଲୋମିଟର ସ୍କ୍ରାଚ୍ ରେସ୍ରେ ସ୍ବର୍ଣ୍ଣ ପଦକ ଜିତିବା ସହ ୬୦ କିଲୋମିଟର ରୋଡ୍ ରେସ୍ରେ ରୌପ୍ୟ ପଦକ ହାସଲ କରିଥିଲେ। ମହାରାଷ୍ଟ୍ରର ପୂଜା ଦନୋଲେ ଚାରିଟି ସ୍ବର୍ଣ୍ଣ ସହ ୫ ପଦକ ଜିତି ଓଭରଅଲ୍ ବିଜେତା ହୋଇଛନ୍ତି। ଓଡ଼ିଶା କିନ୍ତୁ ସାଇକ୍ଲିଂରୁ ୪ ପଦଜ ଜିତିଛି। ସ୍ବସ୍ତିଙ୍କ ୩ ପଦକ ସହ ଦୀନେଶ କୁମାର ୩୦ କିଲୋମିଟର ଟାଇମ୍ ଟ୍ରାଏଲରେ ରାଜ୍ୟ ପାଇଁ ସାଇକ୍ଲିଂରୁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସ୍ବସ୍ତି ୨୦୧୫ ମସିହାରେ ସାଇକ୍ଲିଂକୁ ପ୍ରଶିକ୍ଷକ ସୁଶୀଲ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଓହ୍ଲାଇଥିଲେ। ମାତ୍ର ୪ ବର୍ଷ ଭିତରେ ସେ ଏକାଧିକବାର ଜାତୀୟ ବିଜେତା ହେବା ସହ ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ଟ୍ରାକ୍ ଏସିଆ କପ୍ ସାଇକ୍ଲିଂରେ କାଂସ୍ୟ ପଦକ ପାଇଥିଲେ। ସଂପ୍ରତି ସେ ସାଇ ସେଣ୍ଟର ଦିଲ୍ଲୀରେ ରହି ପ୍ରଶିକ୍ଷଣ ନେଉଛନ୍ତି। ସ୍ବସ୍ତିଙ୍କ ଏହି ସଫଳତା ଲାଗି ଓଡ଼ିଶା ସାଇକ୍ଲିଂ ସଂଘର ସାଧାରଣ ସଂପାଦକ ବିଜୟ କୁମାର ରାଉତ ଓ ପ୍ରଶିକ୍ଷଣ ସୁଶୀଲ ଦାସ ଅଭିନନ୍ଦନ ଜଣାଇଛନ୍ତି। ସହଯୋଗ ଏବଂ ସମର୍ଥନ ପାଇଁ ସ୍ବସ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ବରିଷ୍ଠ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ଖେଲୋ ଇଣ୍ଡିଆ: ସ୍ବସ୍ତି ସାଇକ୍ଲିଂରେ ଓଭରଅଲ୍ ଉପବିଜେତା
/sambad/media/post_attachments/wp-content/uploads/2020/01/5dg4j8dg7j98dg7j98gd7j68dg7j65dg4j65dgjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)