ଖେଲୋ ଇଣ୍ଡିଆ: ରୋଇଂରୁ ପ୍ରଥମ ପଦକ; କ୍ବାଡ୍ରାପଲ୍‌ ସ୍କଲ୍‌ରେ ରୌପ୍ୟ

ଭୁବନେଶ୍ବର: ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ବୁଧବାର ଓଡ଼ିଶାକୁ ଗୋଟିଏ ରୌପ୍ୟ ପଦକ ମିଳିଛି। ୧୦୦୦ ମିଟର ପୁରୁଷ କ୍ବାଡ୍ରାପଲ୍‌ ସ୍କଲ୍‌ରେ ଓଡ଼ିଶାର ଚନ୍ଦ୍ରରାଜ ସ୍ବାଇଁ, ସୌରଭ, କପିଶ୍‌ କୁମାର ଓ ରାହୁଲ ରାଥୋଡ୍‌ଙ୍କ ଦଳ ୩:୧୭.୯୦ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଥିଲେ। ଏହାଫଳରେ ରୋଇଂରୁ ଓଡ଼ିଶାକୁ ପ୍ରଥମ ପଦକ ମିଳିବା ସହ ମୋଟ୍‌ ପଦକ ସଂଖ୍ୟା ୨୪ରେ ପହଞ୍ଚିଛି। ଏହି ଇଭେଣ୍ଟରେ ମଧ୍ୟପ୍ରଦେଶର ହରିଓମ୍‌ ଠାକୁର, ଅଙ୍କିତ ଯାଦବ, ଅରବିନ୍ଦ ସିଂହ ଗୁରଜାର ଓ ଅମନ ସିଂହଙ୍କ ଦଳ ୩:୧୭.୩୯ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ଏବଂ ତେଲେଙ୍ଗାନାର ଶ୍ରବଣ କୁମାର, ୱାଇ ସାଇ ବରୁଣ, ଏ. ଗଣେଶ ଓ କେ. ‌ଗଣେଶ୍ବରଙ୍କ ଦଳ ୩:୩୧.୨୮ ସେକେଣ୍ଡରେ କାଂସ୍ୟ ପଦକ ଜିତିଥିଲେ। ଉଭୟ ଓଡ଼ିଶା ଓ ମଧ୍ୟପ୍ରଦେଶ ଏକାଠି ଫିନିସିଂ ଲାଇନ୍‌ ପାର୍‌ କରିଥିଲେ। କିନ୍ତୁ ଫଟୋ ଫିନିସ୍‌ରୁ ମଧ୍ୟପ୍ରଦେଶ ପ୍ରଥମେ ପାର୍‌ ହୋଇଥିବା ଜଣାପଡ଼ିଥିଲା ଓ ଓଡ଼ିଶା ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର