କଟକ: ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ୨୧ ବର୍ଷରୁ କମ୍ 'ଖେଲୋ ଇଣ୍ତିଆ' କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ହକି ଦଳର ଘୋଷଣା ହୋଇଛି। ନୀଲମ ସ˚ଜୀବ ଖେସ୍ଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ୨୧ ବର୍ଷରୁ କମ୍ ବାଳକ ଦଳରେ ୧୮ଜଣଙ୍କୁ ସାମିଲ କରାଯାଇଥିଲା ବେଳେ କାଳୁ ଚରଣ ଚୌଧୁରୀ ପ୍ରଶିକ୍ଷକ ଓ ସନ୍ତୋଷ କୁମାର ଯାଦବ ପ୍ରବନ୍ଧକ ରହିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ୧୮ ଜଣିଆ ବାଳକ ଦଳ ସହିତ ଏଏନ୍ ବିହାରୀ ପ୍ରଶିକ୍ଷକ ଓ ନିର୍ମଳ କୁମାର ବଳ ପ୍ରବନ୍ଧକ ରହିବେ। ଖେଲୋ ଇଣ୍ତିଆ ଅଧିନରେ ହକି ପ୍ରତିଯୋଗିତା ଆସନ୍ତା ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ବର୍ଷରୁ କମ୍ ଦଳ: ରେୟାଦନ ଟିଡୁ, ଜନ୍ସନ୍ ଏକ୍କା, ଆଶିଷ କୁମାର ଟପ୍ନୋ, ସୁଧୀର ଏକ୍କା, କ୍ରୀଷ୍ଣା ତିର୍କି, ଅଭିଷେକ ଲାକ୍ରା, ଦୀପକ ଜନ୍ କେର୍କେଟା, ଗ୍ରେଗୋରୀ ଖେସ୍, ଅମିତ କିର୍ମାକୋ, ନୀଲମ ସ˚ଜୀବ ଖେସ୍, ମନିପ କେର୍କେଟା, ଶକ୍ତି କୁଜୁର, ଦୀପସାନ ତିର୍କି, ଶିଳାନନ୍ଦ ଲାକ୍ରା, ସୁମନ ବେକ୍, ନିତିନ ମୁକେଶ ଟିଗା, ଟିକେଇ କୁଜୁର, ପ୍ରସାଦ କୁଜୁର। ୧୭ ବର୍ଷରୁ କମ୍ ଦଳ: ସବ୍ୟସାଚୀ ମିଞ୍ଜ, ଲବନ ଲାଗୁନ୍, ଲିବନ ଏକ୍କା, ବିକାଶ କୁଜୁର, ଦୀପକ ଏକ୍କା, ସୁଦୀପ ମିଞ୍ଜ, ପ୍ରଶାନ୍ତ ଲାକ୍ରା, ବିର୍ସା ଖାଲ୍କୋ, ମଙ୍ଗଳ ଲୋହର, ଆକାଶ ତିର୍କି, ପଉଲୁସ୍ ଲାକ୍ରା, ସୁନୀଲ ଜୋଜୋ, ସୁଶାନ୍ତ ଟପ୍ପୋ, ଜର୍ଜ ତିର୍କି, ର˚ଜିତ ମିଞ୍ଜ, ସୁନୀତ ଲାକ୍ରା, ରୋହିତ ଖାକା, ସୁଦୀପ କିର୍ମାକୋ।
ଭୁବନେଶ୍ବର: ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେଠାରେ ସୋମବାରଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ହକି ପରିଚାଳନା (୧୭ ଓ ୨୧ ବଷର୍ରୁ କମ୍)ରେ ଓଡ଼ିଶାର ତିନି ଜଣଙ୍କୁ ସ୍ଥାନ ମିଳିଛି। ଉଦୀୟମାନ ହକି ଅମ୍ପାୟାର ରାଜିନ ଏକ୍କା ମ୍ୟାଚ୍ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲା ବେଳେ ନିଶାନ ଜ୍ୟୋତି ମହାନ୍ତିଙ୍କୁ ବୈଷୟିକ ଅଧିକାରୀ ଦାୟିତ୍ବ ମିଳିଛି। ସେହିଭଳି ବିଶ୍ବ ରଞ୍ଜନ ଷଡ଼ଙ୍ଗୀଙ୍କୁ ପ୍ରତିଯୋଗିତାର ପ୍ରବନ୍ଧକ ନିଯୁକ୍ତ କରାଯାଇଛି। ଏହି ତିନି ଜଣ ଖୋଲୋ ଇଣ୍ଡିଆ ପରିଚାଳନା ଦାୟିତ୍ବ ପାଇବା ରାଜ୍ୟ ହକି ପାଇଁ ଗର୍ବର ବିଷୟ ହୋଇଛି। ନିଶାନ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାର ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ। ସୂଚନାଯୋଗ୍ୟ ଯେ ବିଶ୍ବ ରଞ୍ଜନ, ନିଶାନ ଏବଂ ରାଜିନଙ୍କର ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପରିଚାଳନା କରିବାର ଅଭିଜ୍ଞତା ରହିଛି। ଏହି ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରାଳୟ, ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ସହଯୋଗରେ ଆୟୋଜନ କରୁଛି।