ଭୁବନେଶ୍ବର: ହିମାଚଳ ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ରୢାଙ୍କିଙ୍ଗ୍ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ମୋନାଲି ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। କନିଷ୍ଠ ମହିଳା ୭୧ କେଜି ବର୍ଗରେ ମୋନାଲି ଏହି ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣି ଦେଇଥିଲା ବେଳେ ବରିଷ୍ଠ ୭୧ କେଜି ବର୍ଗରେ ଚତୁର୍ଥ ସ୍ଥାନ ପାଇଛନ୍ତି। ଉତ୍କଳ କରାଟେ ଏକାଡେମିର ଏକମାତ୍ର ପ୍ରତିଯୋଗୀ ଭାବେ ମୋନାଲି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ବୋଲି ଉତ୍କଳ କରାଟେ ସ୍କୁଲ୍ ପ୍ରତିଷ୍ଠାତା ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଜଣାଇଛନ୍ତି।
ଖେଲୋ ଇଣ୍ଡିଆ ଜାତୀୟ ରୢାଙ୍କିଙ୍ଗ୍ ଭାରୋତ୍ତୋଳନ: ମୋନାଲିଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2022/06/65465f4h65fhssfhsfhsfh.jpg)