ଖେଲୋ ଇଣ୍ଡିଆରେ ଓଡ଼ିଶାର ଚମକ

ଭାରୋତ୍ତୋଳନରେ ନନ୍ଦନଙ୍କୁ କାଂସ୍ୟ

ବ୍ରହ୍ମପୁର: ଦିଲ୍ଲୀରେ ଆୟୋଜିତ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ପୁଣି ଓଡ଼ିଆ ପ୍ରତିଯୋଗୀ ଚମକ ଦେଖାଇଛନ୍ତି। ଭାରୋତ୍ତୋଳନରେ ଓଡ଼ିଶାକୁ ବୁଧବାର ପୁଣି ଏକ ପଦକ ମିଳିଛି। ପୂର୍ବରୁ ଏହି ବର୍ଗରେ ବ୍ରହ୍ମପୁର ଛାତ୍ରାବାସର ଭକ୍ତରାମ ଦେଷ୍ଟି ସ୍ୱର୍ଣ୍ଣ ଏବଂ ମୟୂରଭଂଜର ସ୍ନେହା ସୋରେନ୍‌ ରୌପ୍ୟ ପଦକ ଜିତି ସାରିଥିଲା ବେଳେ ବୁଧବାର ବ୍ରହ୍ମପୁର ବୀର ହନୁମାନ କ୍ଲବ୍‌ରୁ ପତିନିଧିତ୍ୱ କରୁଥିବା ନନ୍ଦନ ସାହୁ କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ବାଳକ ୮୫ କିଲୋ ବର୍ଗରେ ନନ୍ଦନ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି। ନନ୍ଦନ ସ୍ନାଚ୍‌ରେ ୯୪ କିଲୋ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୫ କିଲୋ (ମୋଟ ୨୦୯ କିଲୋ) ଭାରୋତ୍ତୋଳନ କରିଥିଲେ। ନନ୍ଦନଙ୍କ ଏହି ସଫଳତା ପାଇଁ କ୍ଲବ୍‌ର କର୍ମକର୍ତ୍ତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର