ଖେଲୋ ଇଣ୍ତିଆ: ହକି ସେମିରେ ୨୧ ବର୍ଷରୁ କମ୍‌ ଓଡ଼ିଶା ମହିଳା ଦଳ

କଟକ: ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାର ହକିରେ ଓଡ଼ିଶାର ୨୧ ବର୍ଷରୁ କମ୍‌ ମହିଳା ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୩-୨ ପେନାଲ୍‌ଟି ସୁଟଆଉଟରେ ମହାରାଷ୍ଟ୍ରକୁ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି। ଓଡ଼ିଶା ପାଇଁ ଆଜମିନା କୁଜୁର, ରୋଜିତ କୁଜୁର ଓ ଅସିମ୍‌ କାଞ୍ଚନ ବାର୍ଲା ଗୋଟିଏ ଲେଖାଏଁ ଗୋଲ ଦେଇଥିଲା ବେଳେ ବୈଷ୍ଣବୀ ଫାଳିକା ଓ ଅକ୍ଷତା ଢକଲେ ମହାରାଷ୍ଟ୍ର ପାଇଁ ଗୋଲ କରିଥିଲେ। ଆସନ୍ତା ୧୮ ତାରିଖ ପ୍ରଥମ ସେମିଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଝାଡ଼ଖଣ୍ଡ୍‌ ସହ ହେବାକୁ ଥିଲା ବେଳେ ଦ୍ବିତୀୟ ସେମିଫାଇନାଲ୍‌ରେ ହରିଆନା-ପଞ୍ଜାବ ମୁହାଁମୁହିଁ ହେବେ। ମହାରାଷ୍ଟ୍ର ବିପକ୍ଷ ବିଜୟ ପରେ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍‌ ବାଳିବା ବର୍ଗରେ ମଧ୍ୟ ସମାନ ସେମିଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍‌ ଓଡ଼ିଶା-ଝାଡ଼ଖଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲ୍‌ ହରିଆନା-ପଞ୍ଜାବ ମଧ୍ୟରେ ‌ଖେଳାଯିବ।

ସମ୍ବନ୍ଧିତ ଖବର