ଭୁବନେଶ୍ବର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଗୁରୁବାର ଓଡ଼ିଶା ଖାତାରେ ଗୋଟିଏ ପଦକ (କାଂସ୍ୟ) ଯୋଡ଼ି ହୋଇଛି। ଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୨୦ (୮ ସ୍ବର୍ଣ୍ଣ, ୯ ରୌପ୍ୟ, ୬ କାଂସ୍ୟ)ରେ ପହଞ୍ଚିଛି। ଏହି ଏକମାତ୍ର ପଦକଟି ସମ୍ବଲପୁର ବିଶ୍ବବିଦ୍ୟାଳୟର ପୁରୁଷ ହକି ଦଳ ଜିତିଛି। ଗୁରୁବାର କାଂସ୍ୟ ମୁକାବିଲାରେ ସମ୍ବଲପୁର ୨-୧ ଗୋଲ୍ରେ ଭିବିଏସ୍ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ଭିବିଏସ୍ ପୂର୍ବାଞ୍ଚଳ ଆମିଦ (୨୦ ମିନିଟ୍)ଙ୍କ ଗୋଲ୍ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଶେଷ ୧୫ ମିନିଟ୍ରେ ସମ୍ବଲପୁର ପ୍ରତ୍ୟାବର୍ତ୍ତନ କରି ୨ଟି ଗୋଲ୍ ଲଦି ମ୍ୟାଚ୍ ନିଜ ପକ୍ଷକୁ ଆଣିଥିଲା। ଏହି ଦୁଇଟି ଯାକ ଗୋଲ୍ ନୀତେଶ (୪୫, ୪୮ ମିନିଟ୍) ଦେଇଥିଲେ। ଫାଇନାଲ୍ରେ ପତିଆଲାର ପଞ୍ଜାବୀ ବିଶ୍ବବିଦ୍ୟାଳୟ ୩-୨ (୩-୩) ପେନାଲ୍ଟିରେ ଅମୃତସରର ଜିଏନ୍ଡିୟୁକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା।
ଖେଲୋ ଇଣ୍ଡିଆ: ସମ୍ବଲପୁର ପୁରୁଷ ହକି ଦଳକୁ କାଂସ୍ୟ
/sambad/media/post_attachments/wp-content/uploads/2023/06/564gj654g65ggj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)